
ବରଗଡ଼, (ସତ୍ୟନାରାୟଣ ପଧାନ) : ବିଜେଡ଼ି ସରକାର ନିଜ ଦୁର୍ବଳତାକୁ ଲୁଚେଇବାକୁ ଯାଇ ପୁଣି ଏକ ମିଛ ଖେଳ ଆରମ୍ଭ କରିଥିବା ଅଭିଯୋଗ କରିଛି ଆମ ଆଦମୀ ପାର୍ଟି । ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରି ଏହାକୁ ଐତିହାସିକ ବୋଲି କହୁଛନ୍ତି ନବୀନ ସରକାର । କିନ୍ତୁ ବରଗଡ଼ରେ ୨୭୩ଟି ସରକାରୀ ସ୍କୁଲକୁ ବନ୍ଦ ହୋଇଥିଲେ ସୁଦ୍ଧା ପୁନଃ ଖୋଲିବାକୁ କୌଣସି ପଦକ୍ଷେପ ନେଇ ନାହାଁନ୍ତି । ସରକାରୀ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦେଉନାହାନ୍ତି, ଭିତ୍ତିଭୂମିର ବିକାଶ ନକରି ଗାଁରେ ଥିବା ସ୍କୁଲ ଗୁଡିକ ବନ୍ଦ କରିଦେଉଛନ୍ତି । ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଲାଗି ରହିଛି । ରାଜ୍ୟରେ ମୋ ସ୍କୁଲ ଅଭିଯାନ ଫେଲ୍ ମାରିବା ପରେ ଲୋକଙ୍କ ଦୃଷ୍ଟିକୁ ଅନ୍ୟତ୍ର ହଟେଇବା ପାଇଁ ଏବେ ନବୀନ ସରକାର ସଂରକ୍ଷଣ ନୀତି ଆରମ୍ଭ କରି ଛନ୍ତି କିନ୍ତୁ ଓଡିଶାର ଲୋକ ଏତେ ବୋକା ନୁହନ୍ତି ସରକାରଙ୍କ ଶିକ୍ଷା ବିରୋଧୀ ନୀତିର ଜବାବ ଦେବେ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ବିଜୁ ଜନତା ଦଳ ନିରଂକୁସ ଶାସନରେ ଥିଲେ ସୁଦ୍ଧା ଶିକ୍ଷା ଭଳି ମୌଳିକ ସୁବିଧା ଦେଇ ପାରୁ ନଥିବା ଅଭିଯୋଗ କରିଛନ୍ତି ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ସେହିଭଳି ପ୍ରାଥମିକ ଶିକ୍ଷାକୁ ବର୍ବାଦ କରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଏକ ହାସ୍ୟସ୍ପଦ ବୋଲି କହନ୍ତି ମହିଳା ସଂଘଠନର ନେତ୍ରୀ ମରିୟମ ବାର୍ଲା । ଏକ ଡିଜିଟାଲ ବାର୍ତାରେ ଆମ ଆଦମୀ ପାର୍ଟି ଏହି ଅଭିଯୋଗ କରିଛି ।