oom

ବଲାଙ୍ଗିର ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ

jsmm
  • ଗୃପ ଚମ୍ପିୟାନ ୮ ଗୋଟି ଦଳ ସୁପର ନକଆଉଟରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଜିଲ୍ଲାର ଆଜି ୮ ଗୋଟି ପଡିଆରେ ଗୃପ ଫାଇନାଲ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଟାଉନ ହାଇସ୍କୁଲ ପଡିଆରେ ସିସିଏଫ୍‌ଏ ଟ୍ରାଇବ୍ରେକର ୪-୧ ଗୋଲରେ ଜେକେୱାଇଏସ୍‌ କାଲସାଏପାଲିକୁ ହରାଇ ଗୃପ ଚମ୍ପିୟାନ ହୋଇଛି । ଅତିଥି ଭାବେ ଟେକ୍ସବାର ସଭାପତି ଆଇନନଜିବୀ ସାନ୍ତନୁ ଭୋଇ, ଉପ-ସଭାପତି ଟେକ୍ସବାର ଆଇନଜିବୀ ଶଶାଙ୍କ ପଟ୍ଟନାୟକ, ସଂସଦର ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର ଓ ସିସିଏଫ୍‌ଏ ସଭାପତି ସୁରେନ୍ଦ୍ର ନାଗ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା, ଯୁଗ୍ମ ସଂପାଦକ ଶତୃଘନ ସିଂ, ବରିଷ୍ଠ ସଦସ୍ୟ ଡା. ସିର୍ଦ୍ଦେଶ୍ୱର ମିଶ୍ର, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ମଂଚାସିନ ଥିଲେ । ଖେଳକୁ ବିକି ବିଶି, ନରସିଂସ୍ୱାମୀ ନାଇଡୁ, ସଂଜିତ ତରିଆ, ରାଜେନ୍ଦ୍ର ସେଠ ଓ ଜିତୁ ଦଲାଇ ପରିଚାଳନା କରିଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ ସୁଜିଆ ୮-୦ ଗୋଲରେ ସରଗାଡକୁ ହରାଇ ଗୃପ ଚମ୍ପିୟାନ ହୋଇଛି । ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ସୁଧାଂଶୁ ସେଠ, ସୁରେଶ ନାଏକ, ଜ୍ୟୋର୍ତିମୟ ରାଉତ ଓ ସଂଜିବ ମହାରଣା ପରିଚାଳନା କରିଥିଲେ । ଚୁଡାପାଲି ପଡିଆରେ ନକଟାସର ୩-୧ ଗୋଲରେ ଡଙ୍ଗାଘାଟକୁ ହରାଇ ଗୃପ ଚମ୍ପିୟାନ ହୋଇଛି । ପୂର୍ବତନ ଖେଳାଳି ରାଜେଶ୍ୱର କୁମୁରା, ବିଜୟ ନାହାକ ଓ ଦନାର୍ଦ୍ଦନ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମଂଚାସିନ ଥିଲେ । ଖେଳକୁ ପୁରୁଷୋତ୍ତମ ବୁଡେକ, ଦୋଳଗୋବିନ୍ଦ ମୁଣ୍ଡା, ମଣ୍ଟୁ ବେହେରା ଓ ବୈକୁଣ୍ଠ ଜେନା ପରିଚାଳନା କରିଥିଲେ । ଜରାସିଂହା ମିନି ଷ୍ଟାଡିୟମରେ ମହିପୁର ଟ୍ରାଇବ୍ରେକର ୪-୩ ଗୋଲରେ ଜରାସିଂହାକୁ ହରାଇ ଗୃପ ଚମ୍ପିୟାନ ହୋଇଛି । ଅତିଥି ଭାବେ ସିଏଚ୍‌ସି ଦେଓଗାଁ ମେଡିକାଲ ଅଫିସର ଡା. ଚିତ୍ତ ରଂଜନ ମିଶ୍ର ଓ ସମାଜସେବୀ ଉମାଶଙ୍କର ସିଂ ଯୋଗ ଦେଇଥିଲେ । ଖେଳକୁ ଜଳନ୍ଧର ସାହୁ, ସଂଜନ କୁଦେଇ, ଡୋଳାମଣି ବଗର୍ତ୍ତି ଓ ସତ୍ୟ ଦଣ୍ଡସେନା ପରିଚାଳନା କରିଥିଲେ । ବଙ୍ଗୋମୁଣ୍ଡା ପଡିଆରେ କୋଷ୍ଠାଲ ଇଲେଭେନ କଣ୍ଟାବାଞ୍ଜି ୧-୦ ଗୋଲରେ ୱାଇଏଫ୍‌ସି କଣ୍ଟାବାଞ୍ଜିକୁ ହରାଇ ଗୃପ ଚମ୍ପିୟାନ ହୋଇଛି । ଅତିଥି ଭାବେ କ୍ରୀଡା ସଂସଦ କାଉନସିଲ ସଭ୍ୟ ବିଜୟ କୁମାର ବନସଲ ଯୋଗ ଦେଇଥିଲେ । ଖେଳକୁ ଆଶିର୍ବାଦ ସା, ପ୍ରତାପ ଭୁକ୍ତା, ଦୁଷ୍ମନ୍ତ ବେହେରା, ଦୁଷ୍ମନ୍ତ ସାହୁ, ସୁନିଶ ପ୍ରଧାନୀ ଓ ବୁଲୁ ମାଝି ପରିଚାଳନା କରିଥିôଲେ । ଖୁଜେନପାଲି ପଡିଆରେ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ୪-୧ ଗୋଲରେ ରିସନ କାଲସାଏପାଲିକୁ ହରାଇ ଗୃପ ଚମ୍ପିୟାନ ହୋଇଛି । ଅତିଥି ଭାବେ ପୂର୍ବତନ ଖେଳାଳି ଖଲିଉର ରହେମାନ, ନିହାର ରଂଜନ ସ୍ୱାଇଁ ଓ ଶ୍ରୀକାନ୍ତ ରାଉତ ଯୋଗ ଦେଇଥିଲେ । ଖେଳକୁ ରାଜେନ୍ଦ୍ର ଧରୁଆ, ସୁଦର୍ଶନ ସେଠ, ଶୁଶାନ୍ତ ନାଗ, ଖୁସିରାମ ମଲ୍ଲିକ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ । ଲୋଇସିଂହା ମିନି ଷ୍ଟାଡିୟମ ରେ ଲୋଇସିଂହା ଏଏ ୧-୦ ଗୋଲରେ ବଲାଙ୍ଗିର ପୋଲିସ ଟିମ୍‌ କୁ ହରାଇ ଗୃପ ଚମ୍ପିୟାନ ହୋଇଛି । ଅତିଥି ଭାବରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଜତିନ୍ଦ୍ର ପଟେଲ ଯୋଗ ଦେଇଥିଲେ । ଖେଳକୁ କରୁଣାକର ପ୍ରଧାନ, ବିଜୟ ରଣା, ଗୋପାଳ ପ୍ରଧାନ, ରୋଶନ ମେହେର ଓ ପ୍ରଦୀପ ବଗର୍ତ୍ତି ପରି·ଳନା କରିଥିôଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ଜୁରାବନ୍ଧ କେସିୟୁ ୨-୦ ଗୋଲରେ ସିହିନି କୁ ହରାଇ ଗୃପ ଚମ୍ପିୟାନ ହୋଇଛିି । ଅତିଥି ଭାବେ ଟିଟିଲାଗଡ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ ଯୋଗ ଦେଇଥିଲେ । ଖେଳକୁ ମୋହନ ପ୍ରଧାନି, ପ୍ରୀତମ ନାଏକ, ରାଜେଶ ସ୍ୱାଇଁ, ବିନୋଦ ପ୍ରଧାନି, ଧବଳେଶ୍ୱର ଦଳବେହେରା ଓ ତପନ ପ୍ରଧାନି ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.