ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିନକୁ ଦିନ ପରିବେଶ ଉପରେ କୁପ୍ରଭାବ ପଡିବା ଚିନ୍ତାର ବିଷୟ ହୋଇଛି । ଯେଉଁଠି ମାନବ ବଢୁଛି । ସେଠାରେ ନିଜେ ଦୈଷର କାରଣ ସାଜୁଛି । ଜୀବ ଜଗତରେ ବନ ହିଁ ସର୍ବ ମହୋଷଦି । ଏହା ଜୀବନ ରକ୍ଷକ । କୁନି କୁନି ଶିଶୁମାନଙ୍କଠାରେ ବୃକ୍ଷଲତା ପରିବେଶ ସୁରକ୍ଷା ଓ ଏକ ସବୁଜ ପୃଥିବୀ ଚେତନା ପାଇଁ ସାନିଯ୍ୟ ଆଦୃତା କେନ୍ଦ୍ର ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡିଶାର ଅଗ୍ରଣୀ ସମାଜିକ ସଂଗଠନ ଭାବରେ ମାହେଶ୍ୱରୀ ସଂଗଠନ ପରିବେଶ ସଚେତନତା କରି ଆସୁଥିବା ବେଳେ ଏହି କ୍ରମରେ ବଲାଙ୍ଗିର ମାହେଶ୍ୱରୀ ମହିଳା ଶାଖା ପକ୍ଷରୁ ଅଭିନବ ପ୍ରୟାସ କରାଯାଇଛି । ସଚେତନତା ଓ ସଦ୍ଭାବନର ପର୍ବ ବନ ମହୋତ୍ସବ ଉପଲକ୍ଷେ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ମାହେଶ୍ୱରୀ ମହିଳା ଶାଖାର ସହ ସଂଯୋଜିକା କ୍ରିତିକା ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ ବୈଶାଳୀ ବହିଦାର, ବବିତା ନାଗ, ପଦ୍ମାଳୟା ବାରିକ, ଶିବ ପ୍ରସାଦ ମିଶ୍ର, ସୌମ୍ୟ ରଞ୍ଜନ ପଣ୍ଡା ପ୍ରମୁଖ ସହଯୋଗ କରିଥିବା ବେଳେ ସ୍ମରଣିକା ନାୟକ ଧନ୍ୟବାଦ ଦେଇଥିଲେ ।
Prev Post
Next Post