ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ ନମ୍ବର ଜାତୀୟ ରାଜପଥ ଫୁଗୁଡା ଛକ ବୁଲାଣିଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ବୋଲେରୋ ଚୁରମାର । ଘଟଣା ସ୍ଥଳରେ ଦୁଇ ମୃତ ହୋଇଥିବା ବେଳେ ଅନ୍ୟ ଦୁଇ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି, ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ତଦନ୍ତ ଆରମ୍ଭ କରିଛି । ରାୟପୁରରୁ ବଙ୍ଗୋମୁଣ୍ଡା ଟ୍ରକ ଆସୁଥିବା ବେଳେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଗଉରେନମୁଣ୍ଡା ଗାଁରୁ ଏକ ବୋଲେରୋରେ ଚାରିଜଣ ନୂଆପଡା ଜିଲ୍ଲା ସିନାପାଲି ନିଜ ଭଉଣୀ ଘରକୁ ଯାଉଥିବାବେଳେ ରାୟପୁରରୁ ଆସୁଥିବା ଟ୍ରକଟି ବୋଲେରୋକୁ ସାମ୍ନା ପଟରୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର ମାରିଛି । ଡ୍ରାଇଭର ତରଣୀ ସରାଫ ଓ କାହ୍ନା ସରାଫ ଦୁଇଜଣଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ମୃତବ୍ୟକ୍ତି ଦୁଇଜଣ ହେଲେ କିଶୋର ଦାସ ଓ ଲିଙ୍ଗରାଜ ସରାଫ ।