ls

ଟ୍ରକ ଧକ୍କାରେ ଶିଶୁ ସମେତ ତିନି ଆହାତ

sb

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପାଲିଆ ଛତ୍ରପୁର ଛକ ନିକଟସ୍ଥ ଜାତୀୟ ରାଜପଥରେ ଏକ ଟ୍ରକ ସ୍କୁଟିକୁ ଧକ୍କା ଦେବା ଫଳରେ ଶିଶୁ ସମେତ ତିନିଜଣ ଆହାତ ହୋଇଛନ୍ତି । ଆହାତ ମାନେ ହେଲେ ବଡ ଆର୍ଯ୍ୟପଲ୍ଲୀ ଗ୍ରାମର କେ. ଦିବ୍ୟା (୩୦), ପି. ଧରଣୀ (୨୮), ୧ ବର୍ଷର ଶିଶୁ ତାନବିକ୍‌ ବୋଲି ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ ବଡ-ଆର୍ଯ୍ୟପଲ୍ଲୀ ଗ୍ରାମରୁ ଏକ ସ୍କୁଟି ଯୋଗେ ତାମ୍ପରା ଯିବା ସମୟରେ ଏକ ଓଆର୍‌୧୭ ଆର୍‌- ୧୦୯୪ ନମ୍ବର ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ସେମାନେ ଗୁରୁତର ଆହାତ ହୋଇ ରାସ୍ତା ପାଶ୍ୱର୍ରେ ପଡିରହିଥିଲେ । ପରେ ଛତ୍ରପୁରର ମୁନା ସାହୁ ଓ ସୁନୀଲ ବେହେରାଙ୍କ ସହଯୋଗରେ ଏକ ଯାତ୍ରୀ ବୋଝେଇ ଅଟୋରେ ଆହାତ ମାନଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଆହାତ ମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଛତ୍ରପୁର ଥାନାର ସବ ଇନିସ୍‌ପେକ୍ଟର ସିଲୁ ଧଳ ଧକ୍କା ଦେଇଥିବା ଟ୍ରକ ଓ ଡ୍ରାଇଭରକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

pc pk
Leave A Reply

Your email address will not be published.