om academy

୬ ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ

jsm

ଯାଜପୁର : ୬ ବର୍ଷର ଶିଶୁ ଉପରେ ଟ୍ରକ ମାଡି ଯାଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ବିଂଝାରପୁର ବ୍ଲକ ଅରେଇ ସାସନ୍ଦା ଗାଁରେ । ସୂଚନା ଅନୁସାରେ ଗାଁ ଦାଣ୍ଡରେ ୬ ବର୍ଷର ଶିଶୁ ଖେଳୁଥିବା ବେଳେ ଏକ ଟ୍ରକ ମାଡିଯିବାରୁ ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁ ଜଣକ ବିଂଝାରପୁର ବ୍ଲକ ଅରେଇ ସାସନ୍ଦା ଗାଁର ଶୁଭ୍ୟାଂନ ଖାନ ବୋଲି ଜଣାପଡିଛି । ବିଂଝାରପୁର ବ୍ଲକ ଅରେଇ ସାସନ୍ଦା ଗାଁର ଶୁଭ୍ୟାଂନ ଖାନ ଗାଁ ଦାଣ୍ଡରେ ଖେଳୁଥିଲେ। ଏହି ସମୟରେ ଏକ ଟ୍ରକ ଶିଶୁ ଉପରେ ମାଡି ଯାଇଥିଲା । ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।

Leave A Reply

Your email address will not be published.