ଓଲଟିଲା ଟିଣ ବୋଝେଇ ଟ୍ରକ୍, ଜଣେ ମୃତ

ଫୁଲବାଣୀ : କଳିଙ୍ଗା ଘାଟୀରେ ଭାରସାମ୍ୟ ହରାଇ ଓଲଟିଲା ଟିଣ ବୋଝେଇ ଟ୍ରକ୍ । ଘଟଣା ସ୍ଥଳରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ପରିଚୟ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ, ଏକ ଟିଣ ବୋଝେଇ ଟ୍ରକ କଳିଙ୍ଗା ଘାଟୀରୁ ଭଞ୍ଜନଗର ଅଭିମୁଖେ ଯାଉଥିଲା । ଏହି ସମୟରେ ଟ୍ରକଟି ଏକ ୟୁ-ଟର୍ଣ୍ଣ ପାଖରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜି. ଉଦୟଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଜଣଙ୍କ ଅଣ ଓଡ଼ିଆ ହୋଇଥିବାରୁ ଏପର୍ଯ୍ୟନ୍ତ ତାଙ୍କର ପରିଚୟ ମିଳିପାରି ନାହିଁ । ଏନେଇ ସ୍ଥାନୀୟ ଲୋକେ ଜି ଉଦୟଗିରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.