
ଦେବଗଡ : ଦେବଗଡ ଥାନା ଅନ୍ତର୍ଗତ ରାଂଚି-ବିଜୟୱାଡା ସୁପର କରିଡର ରାସ୍ତାରେ ଗତ ବିଳମ୍ବିତ ରାତିରେ ଏକ କୋଇଲା ଲୋଡ ଟ୍ରକର ଆଗ ଚକ ହଠାତ୍ ଫାଟିଯିବା ଫଳରେ ଟ୍ରକ୍ ଡାଇଭର ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଏକ ୧୪ ଚକିଆ ଟ୍ରକ କୋଇଲା ବୋଝେଇ କରି ନିଜ ଲକ୍ଷ୍ୟ ପଥରେ ଆଗେଇଥିବା ବେଳେ ହଠାତ୍ ଏହି ଘଟଣା ଘଟିଥିଲା । ତେବେ ଆଗଚକ ଫାଟୁ ଫାଟୁ ଭାରସାମ୍ୟ ହରାଇ ରାସ୍ତାକଡକୁ ଢଳିପଡିଥିଲା ଟ୍ରକ୍ । ଡାଇଭର ଜଣକ ଅଳ୍ପକେ ବର୍ତ୍ତି ଯାଇଥିବା କୁହାଯାଇଛି ।o