ରେମେଡ ଛକ ନିକଟରେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍

ବୁର୍ଲା : ସମ୍ବଲପୁର ରେମେଡ ଛକ ନିକଟରେ ଟ୍ରକ ଚାପାରେ ମହିଳାଙ୍କ ମୃତ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଲକ୍ଷ୍ମୀଡୁଙ୍ଗୁରି ନିକଟରେ ରହୁଥିବା ଅଏଁଳା କର(୫୦) । ଅଏଁଳା ଅବିବାହିତ ଥିବା ବେଳେ ସେ ତାଙ୍କ ସମ୍ପର୍କୀୟମାନଙ୍କ ସହିତ ରହୁଥିଲେ । ଭିକ୍ଷାବୃତ୍ତି କରି ପେଟ ପୋଷୁଥିଲେ। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ ଘରୁ ଭିକ୍ଷାବୃତ୍ତି ପାଇଁ ହୀରାକୁଦ ପଟକୁ ଯାଉଥିଲେ ଅଏଁଲା କର । ରେମେଡ ଛକରୁ ହୀରାକୁଦକୁ ସଂଯୋଗ କରୁଥିବା ବୁଲାଣିରେ ପଛପଟୁ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଟ୍ରକ ପଛ ଚକ ତାଙ୍କ ଦେହରେ ଚଢି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ବାରେଇପାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲ ପଠାଇଛି । ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ପୁଲିସ ଜବତ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.