oom

ବରଗଡ଼ ବୀର ଛକରେ ପ୍ରଥମ କରି ଉଡିଲା ତ୍ରିରଙ୍ଗା

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବୀର ଶହୀଦ ମାଧୋ ସିଂଙ୍କ ନାମରେ ନାମିତ ବୀର ଛକରେ ଶ୍ରୀମତୀ ମମତା ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଶହୀଦ ଓ ସଂଗ୍ରାମୀ ସ୍ମୃତି ସମିତି ଓ “ସଂକଳ୍ପ ପରିବାର” ତରଫରୁ ସଭାର ଆୟୋଜନ କରାଯାଇଥିଲା । ସାମ୍ବାଦିକ ବାଲାଜୀ ବିଭୁରଞ୍ଜନ ତରସିଆ ସଭା ପରିଚାଳନା କରିବା ସହ ବୀର ଛକରେ ଐତିହାସିକ ପତାକା ଉତ୍ତୋଳନ ବିଷୟରେ ଉଦେଶ୍ୟ ଜ୍ଞାପନ କରିଥିଲେ । ବରଗଡ଼ ସାମ୍ବାଦିକ ସଂଘ ଉପସଭାପତି ବିରେନ୍ଦ୍ର ପଧାନ ସଂଗ୍ରାମୀମାନଙ୍କର ବଳିଦାନର ସ୍ମୃତିଚାରଣ କରିବା ସହ ଆଗାମୀ ଦିନରେ ଶିକ୍ଷା ସ୍ୱାସ୍ଥ୍ୟ କିପରି ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ହେବ ସେ ବିଷୟରେ ସଂଗ୍ରାମ ଜାରୀ ରଖିବାକୁ ଆହ୍ୱାନ ଦେଇଥିଲେ । ସେହିପରି ସ୍ୱଧୀନତାର ଶତାବ୍ଦୀ ମହୋତ୍ସବ ପାଳନ କରିବା ପାଇଁ ଏବେଠୁ ପ୍ରସ୍ତୁତି ପାଳନ କରିବାକୁ କହିଥିଲେ । ବରିଷ୍ଠ ଆଇନଜୀବୀ ତଥା କୋଶଲ ସଂଗ୍ରାମୀ ସୁରେନ୍ଦ୍ର କୁମାର ପଣ୍ଡା ବକ୍ତବ୍ୟରେ କହିଥିଲେ ଯେ, ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଆମେ ପୂର୍ଣ୍ଣାଙ୍ଗ ସ୍ୱାଧୀନତା ହାସଲ କରିନାହୁଁ । ଏଥିପାଇଁ ସଂଗ୍ରାମ ଆଗକୁ ଜାରୀ ରହିବ । ବୀର ଶହୀଦମାନଙ୍କୁ ଏବେ ବି ଉପଯୁକ୍ତ ସମ୍ମାନ ମିଳି ପାରିନାହିଁ । ପ୍ରସାଶନର ଏପରି ଅଣଦେଖା ମନୋଭାବକୁ ଶ୍ରୀ ପଣ୍ଡା କ୍ଷୋବ ପ୍ରକାଶ କରିଥିଲେ । ସଂକଳ୍ପ ପରିବାରର ସଭାପତି ରୋହିତ ଜସ୍ୱାଲ ଆଗାମୀ ଦିନରେ ସଂକଳ୍ପ ପରିବାର ପକ୍ଷରୁ ଶହୀଦମାନଙ୍କ ସ୍ମୃତି ରକ୍ଷା ନିମନ୍ତେ ଉଦ୍ୟମ ଜାରୀ ରହିବ ବୋଲି କହିଥିଲେ । ମୁଖ୍ୟ ଅତିଥି ମମତା ସିଂ ବରିହା ସ୍ୱାଧୀନ ଭାରତରେ ବୀର ସହୀଦମାନଙ୍କ ସ୍ମୃତି ଏବେ ବି ପୂର୍ଣ୍ଣ ମାତ୍ରାରେ ଉଜ୍ଜୀବିତ ହୋଇ ପାରୁନାହିଁ ମାଧୋ ସିଂଙ୍କ ଭଳି ବିରଳ ଶହୀଦଙ୍କ ସ୍ମୃତି ରକ୍ଷା ପାଇଁ ପ୍ରସାଶନ ପକ୍ଷରୁ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ନିଜ ବକ୍ତବ୍ୟରେ ପ୍ରଶାସନକୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସଂକଳ୍ପ ପରିବାରର ସଦସ୍ୟ ସଞ୍ଜୟ ଶତପଥୀଙ୍କ ସଂଯୋଜନାରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବନ୍ଦେ ମାତାରମ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ରବିନାରାୟଣ ପଣ୍ଡା, ଲିପିସିତ ମିଶ୍ର, ରମଣୀ ରଞ୍ଜନ ବେହେରା, ଗୋପାଳ ସରଙ୍ଗୀ, ସାମ୍ବାଦିକ ଲଲାଟେନ୍ଦୁ ଦାସ, ରାଜେଶ ସରାଫ, ସଂଗ୍ରାମ ନେପାକ, ବରଗଡ଼ ଗାଡିଚାଳକ ସଂଘ ତଥା ବହୁମାତ୍ରାରେ ଶହୀଦ ପ୍ରେମୀ ଉପସ୍ଥିତ ଥିଲେ । ଆଜିର କାର୍ଯ୍ୟକ୍ରମ ସଂକଳ୍ପ ପରିବାରର ଜି. ରମେଶ ଓ ବିକାଶ ଅଗ୍ରୱାଲଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା ।

jittmm
Leave A Reply

Your email address will not be published.