ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ପାଟଣା, (କେପିଏନ୍‌ଏସ୍‌) : ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମଗ୍ର ଭାରତର ନାଗରିକଙ୍କୁ ସାମିଲ କରି ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଆଜି ତୁରୁମୁଙ୍ଗା ବଜାର ଠାରୁ ରାଜନଗର, ମରୁସୁଆଁ, କେନ୍ଦେଇପଶି, ଟାଙ୍ଗରପଡା, ପାଟଣା, ସରସକେଲା ପର୍ଯ୍ୟନ୍ତ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ପାଟଣା ବ୍ଲକର ଶତାଧିକ ବିଜେପି କର୍ମୀ ଓ ଯୁବକ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇ ଲୋକଙ୍କୁ ହର୍‌ ଘର୍‌ ତ୍ରିରଙ୍ଗା ଉଡାଇବା ଓ ସ୍ୱାଧୀନତା ଦିବସକୁ ଧୁମ୍‌ଧାମରେ ପାଳନ କରିବାକୁ ସଚେତନ କରିଥିଲେ । ଏହି ତ୍ରିରଙ୍ଗା ସଭାଯାତ୍ରରେ ପାଟଣା ମଣ୍ଡଳ ଉପସଭାପତି ରମେଶ ଚନ୍ଦ୍ର ମହାନ୍ତ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, କେନ୍ଦେଇପଶି ମଣ୍ଡଳ ଉପସଭାପତି ମିତ୍ର ଭାନୁ ନାଏକ, ଦିବ୍ୟ ଲୋଚନ ସାହୁ, ନାଗେଶ୍ଵର ମହାରଣା, ଲିଙ୍ଗରାଜ ସିଂ, ଦେବୁଲୋଚନ ମହାନ୍ତ, ପାଟଣା ଯୁବମୋର୍ଚ୍ଚା ସଭାପତି ନୀତେଶ କୁମାର ମହାନ୍ତ, ବ୍ରଜବନ୍ଧୁ ସେଠୀ, ସୁବ୍ରତ ଦିବେଦୀ, ମଧୁସୂଦନ ମହାନ୍ତ, ଯଶବନ୍ତ ମହାରଣା, ସୁଜିତ ଦାସ, ଯୁଧିଷ୍ଟିର ମହାନ୍ତ, ବିଜୟ ଗାରଡିଆ, ସାଧବ ସାହୁ, ଗୌରାଙ୍ଗ ଗାରଡିଆ, ଝୁଲୁ ପୁଷ୍ଟିଙ୍କ ସମେତ ହଜାର ହଜାର ସଂଖ୍ୟାରେ ଯୁବକ ସାମିଲ୍ ହୋଇଥିଲେ ।

Leave A Reply

Your email address will not be published.