ବଙ୍ଗୋମୁଣ୍ଡା, (ପୁସ୍ତମ୍ ଯୁଆଡ଼ି) : ବଙ୍ଗୋମୁଣ୍ଡା ବ୍ଲକ୍ କଁସିଲ ଗାଁର ପ୍ରାୟ ୩ଟି ଟ୍ରାନ୍ସଫର୍ମରରେ ବ୍ୟାରିକେଟ୍ ନାହିଁ । ଦୁଇଟି ଟ୍ରାନ୍ସଫର୍ମର ଅଙ୍ଗନୱାଡି ପାଖାପାଖି ଓ ମୁଖ୍ୟ ରାସ୍ତା ଲାଗିଥିବାରୁ ଜନସାଧାରଣ ଓ ପଶୁମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଛି । ଟ୍ରାନ୍ସଫର୍ମରର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ଟି ବଳଦ ମଧ୍ୟ ମରି ସାରିଛନ୍ତି ତଥାପି ବିଦ୍ୟୁତ୍ ବିଭାଗ ଚୁପ୍ ରହିଛନ୍ତି । ଆଉ କେତେ ଜନ ଜୀବନ କ୍ଷତି ହେଲେ ବିଭାଗୀୟ ଅଧିକାରୀ ଆଖି ଖୋଲିବେ ବୋଲି ଆଲୋଚନା ହେଉଛି । ଯେତେ ଶୀଘ୍ର ସମ୍ଭବ ଏହି ଟ୍ରାନ୍ସଫର୍ମରରେ ବ୍ୟାରିକେଟ୍ ନିର୍ମାଣ କରାଯାଉ । ନହେଲେ ଆଗାମୀ ଦିନରେ ବିଭାଗୀୟ ଅଫିସ୍ ଠାରେ ଅନ୍ଦୋଳନ କରିବାକୁ କୋଶଳ ଯୁବ ଶକ୍ତି ଆଦିବାସୀ ସାଖା ସଭାପତି କେକି ସିଂ ଭୋଇ ଓ କୋସଲ୍ ସଂଗ୍ରାମୀ ଗିତବାସ ପୁଟେଲ୍ ଚେତାବନୀ ଦେଇଛନ୍ତି ।