
ଭୁବନେଶ୍ୱର : ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ମର୍ମନ୍ତୁଦ । ପଳାଶୁଣୀଠାରେ ଦୁଇ ପୁରୁଷ ଓ ମହିଳା ରାସ୍ତା ପାରି ହେଉଥିବାବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଏପରିକି ଗାଡ଼ିର ବେଗ ଏତେ ଅଧିକ ଥିଲା ଯେ, ଦୁର୍ଘଟଣା ପରେ ନ ରୋକି ଉକ୍ତ ବ୍ୟକ୍ତି ଜଣଙ୍କୁ ପଳାଶୁଣୀରୁ ସତ୍ୟବିହାର ଯାଏଁ ଘୋଷାଡ଼ି ନେଇଥିଲା । ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଉଭୟେ ଦମ୍ପତି ବୋଲି ଜଣାଯାଇଛି । ଉକ୍ତ ଟ୍ରକ୍ଟି ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ଦୁଇ ମୃତକଙ୍କ ଘର ସୋନପୁରରେ ବୋଲି ଜଣାଯାଇଛି ।