
- ଛତ୍ରପୁର ରେଳଷ୍ଟେସନ ରେ ଘଟିଛି ଏହି ଅଘଟଣ
ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରେଳଷ୍ଟେସନ ନିକଟରେ ଗତକାଲି(ରବିବାର) ଏକ ଅଘଟଣ ଘଟିଛି, ଖବର ନେବାରୁ ଜଣାଯାଇଛି, ଯେ, ଜଣେ ଯୁବକଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ସେ ଟ୍ରେନ ଲାଇନ୍ କଡେ ପଡି ଗୁରୁତର ଭାବେ ଆହାତ ହୋଇଥିବା ବେଳେ ତାଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି ବୋଲି କୁହାଯାଏ । ଯୁବକ ଜଣକଙ୍କ ବୟସ ୨୬ ବର୍ଷ, ସେ ତୁରେକେଲା, ବଲାଙ୍ଗିର ଅଞ୍ଚଳର ବୋଲି ଜଣାଯାଏ ।