ଟ୍ରେନିଂ ସମୟରେ ଅଘଟଣ

ଭୁବନେଶ୍ୱର : ଟ୍ରେନିଂ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ । ମୃତ ହୋମଗାର୍ଡ ବାସୁଦେବ ମାନସିଂ ବୋଲି ଜଣାପଡିଛି । ଭୁବନେଶ୍ୱରସ୍ଥିତ ରିଜର୍ଭ ଅଫିସ ସାମ୍ନା ଗ୍ରାଉଣ୍ଡରେ ଘଟିଛି ଅଘଟଣ । ସୂଚନା ଅନୁଯାୟୀ, ଏୟାରଫିଲ୍ଡ ଥାନାରେ ଡ୍ୟୁଟି କରୁଥିଲେ ବାସୁଦେବ ମାନସିଂ । ରିଜର୍ଭ ଅଫିସ ସମ୍ମୁଖ ଗ୍ରାଉଣ୍ଡରେ ଚାଲିଥିଲା ଟ୍ରେନିଂ । ଏହି ଟ୍ରେନିଂରେ ଜଗିଂ କରୁଥିବା ବେଳେ ହଠାତ୍‌ ତଳେ ପଡିଯାଇଥିଲେ ହୋମଗାର୍ଡ ବାସୁଦେବ ମାନସିଂ । ଏହାପରେ ବାସୁଦେବଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବର୍ତ୍ତମାନ ମୃତଦେହଟି କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି ।

Leave A Reply

Your email address will not be published.