ଟ୍ରେନ୍‌ ଧକ୍କାରେ ନାବାଳକଙ୍କ ମୃତ୍ୟୁ

ଭୁବନେଶ୍ୱର : ଗୁଡି ଉଡାଇଥିବା ବେଳେ ଅଘଟଣ । ଟ୍ରେନ୍‌ ଧକ୍କାରେ ଚାଲିଗଲା ନାବାଳକର ଜୀବନ । ମୃତକ ଭୁବନେଶ୍ୱର ଶହୀଦନଗର ଶାନ୍ତିପାଲ୍ଲୀ ବସ୍ତିର ତପନ ସାହୁଙ୍କ ୧୪ ବର୍ଷୀୟ ପୁଅ ସୂର୍ଯ୍ୟକାନ୍ତ ପାତ୍ର । ଖବର ଅନୁଯାୟୀ ଶନିବାର ଅପରାହ୍ନ ସମୟରେ ଟ୍ରେନ୍‌ ଲାଇନ୍‌ କଡ଼ରେ ଗୁଡି ଉଡାଉଥିଲେ । ସୂତା କଟିଯିବାରୁ ଟ୍ରେନ୍‌ ଲାଇନ୍‌ ଅପର ପଟକୁ ଗୁଡ଼ି ଆଣିବା ପାଇଁ ଯାଉଥିଲେ । ଏହି ସମୟରେ ସୂର୍ଯ୍ୟଙ୍କୁ ଧକ୍କା ଦେଇଥିଲା ଟ୍ରେନ । ଘଟଣାସ୍ଥଳରେ ହିଁ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି ବୋଲି ସୂଚନା ମିଳିଛି । ସେପଟେ ଜିଆର୍‌ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହିତ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଯାଇଛି ।

Leave A Reply

Your email address will not be published.