ଟ୍ରେନ୍ ଧକ୍କାରେ ଚାଲିଗଲେ ପୂର୍ବତନ ସାଂସଦଙ୍କ ମଧ୍ୟମ ପୁତ୍ର ନିତୁ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଟ୍ରେନ୍ ଧକ୍କାରେ ପୂର୍ବତନ ସାଂସଦଙ୍କ ମଧ୍ୟମ ପୁତ୍ର ଇଂ ଅବିନାଶ ମିଶ୍ର(ନିତୁ)ଙ୍କ ଦେହାନ୍ତ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ଭୋର୍‌ ସକାଳୁ ମର୍ଣ୍ଣିୱାର୍କ ସାରି ଘରକୁ ଫେରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଳ ଫାଟକ ପାର୍ ହେଉଥିବା ସମୟରେ ଧକ୍କା ଦେଇଥିଲା ପୁରୀ-ଦୁର୍ଗ ଟ୍ରେନ୍ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ତାଙ୍କ ଦେହାନ୍ତରେ ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.