oom

ରାଜେନ୍ଦ୍ର କଲେଜ ପ୍ଲାଟିନମ ଗେଟ୍‌ ଭଙ୍ଗା ଘଟଣା : ଛାତ୍ର କଂଗ୍ରେସ ଭେଟିଲା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବଲି ଗେଟ୍‌ ତଥା ରାଜେନ୍ଦ୍ର ୟୁନିଭର୍ସିଟିର ମାଷ୍ଟର ପ୍ଲାନ ଫଳକକୁ ଦୁର୍ବୁତ୍ତମାନେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ରାଜେନ୍ଦ୍ର କଲେଜ ପରିସରରେ ବାରମ୍ବାର ଅସାମଜିକ କାର୍ୟ୍ୟକଳାପ ଦିନକୁ ଦିନ ବଢି ବଢି ଯାଉଥିବା ବେଳେ ଏହା ପ୍ରତି ପୋଲିସ ପ୍ରଶାସନର ଅଣଦେଖା ବିରୁଦ୍ଧରେ ଆଜି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦେଖା କରି ଦୁର୍ବୁତ୍ତଙ୍କୁ ଠାବ କରି ଯଥାଶୀଘ୍ର କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକଲେ ଭୟାବହ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି ।

ପ୍ରକାଶ ଯେ, ଗତ ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବ୍‌ଲି ସମୟରେ ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବ୍‌ଲି ଗେଟ, ରାଜେନ୍ଦ୍ର ୟୁନିଭର୍ସିଟି ମାଷ୍ଟର ପ୍ଲାନ, କଲେଜ ରାସ୍ତା ଓ ଆଲୋକିକରଣର ସୁବିଧା କରାଯାଇଥିଲା । କିନ୍ତୁ ପ୍ଲାଟିନମ ଜୁବ୍‌ଲି ସରିବା ପରେ ରାଜେନ୍ଦ୍ର କଲେଜ ପରିସରକୁ କ୍ରମାଗତ ଭାବେ ଅଣଦେଖା କରାଯାଉଛି । ଫଳରେ କଲେଜ ରାସ୍ତା ସମେତ ଆଲୋକିକରଣ ନଷ୍ଟ ହେବାକୁ ଲାଗିଛି । କଲେଜ ପରିସର ଏକ ରକମ ଅସାମଜିକଙ୍କ ପେଣ୍ଠ ସ୍ଥଳି ପାଲଟିଛି । ସଂନ୍ଧ୍ୟାରେ କଲେଜ ପରିସରରେ ଅସାମାଜିକ ବ୍ୟକ୍ତି ଓ ମଦୁଆଙ୍କ ଆସର ଜମୁଛି । ଯାହା କଲେଜ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଏହାକୁ ନେଇ ବାରମ୍ବାର ଜିଲ୍ଲା ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି । କିନ୍ତୁ ଫଳାଫଳ ସବୁବେଳେ ଶୂନ ପ୍ରମାଣିତ ହୋଇଛି । ଜିଲ୍ଲା ପୋଲିସ ପ୍ରଶାସନର ଅଣଦେଖା ସ୍ୱରୁପ ଆଜି ଦୁର୍ବୁତ୍ତମାନେ ସିଧା ସିଧା କଲେଜ ତୋରଣ ଭାଙ୍ଗିବାର ପ୍ରୟାସ କରିଛନ୍ତି । ଏହି ଅବସ୍ଥା ଜାରି ରହିଲେ, ଆଗକୁ ଆହୁରି କ’ଣ ନହେବ ସେ କିଏ କହିପାରେ । ତେବେ ଆଜି ଜିଲ୍ଲା ଛାତ୍ର କଂଗ୍ରେସ ଏ ସବୁ ସମସ୍ୟା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମ୍ମୁଖରେ ଦୃଢ ଦାବୀ ଉପସ୍ଥାପନ କରିଛି । ଏ ସବୁ ଦାବୀ ଗୁଡିକୁ ଯଥା ଶୀଘ୍ର ପୂରଣ କରା ନ ଗଲେ ଆଗାମୀ ଦିନରେ ଛାତ୍ର କଂଗ୍ରେସ ଭୟାବହ ଅନ୍ଦୋଳନ କରିବା ପାଇଁ ବାଧ୍ୟ ହେବ ଏବଂ ସମସ୍ତ କ୍ଷୟକ୍ଷତି ପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ କହିଛି । ଆଜିର ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରୋସନ ମିଶ୍ର, ଅଂଚଲ ପଣ୍ଡା, ଅମୀୟ ବଗର୍ତ୍ତୀ, ଅମୃତାନନ୍ଦ ମିଶ୍ର, ଆଲୋକ କହଁର, ଶ୍ରୀତମ ଗଡତ୍ୟା, ବଣ୍ଟି ରାଉତ, ୟଶ ଲାଲ, ରାଜ ସାହୁ, କାହ୍ନା ବାଗ, ଅରିଜିତ ହନୁମାନ, ସଲୋମନ ନାଗ, ଅଭୀଷେକ ନନ୍ଦ, ଜୋଶେଫ କୁମାର, ସନତ ପ୍ରଧାନ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.