ମାଟ୍ରିକ ପରୀକ୍ଷାରେ ଅନୁଶ୍ରୀ ସାହୁ ଛତ୍ରପୁର ଟପ୍ପର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ସ୍ଥିତ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଅନୁଶ୍ରୀ ସାହୁ ମାଟ୍ରିକ (ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ) ପରୀକ୍ଷାରେ ସର୍ବମୋଟ ୫୫୩ ନମ୍ବର ରଖି କୃତିତ୍ୱ ହାସଲ କରିଛନ୍ତି । ଛାତ୍ରୀ ଅନୁଶ୍ରୀ ୯୨.୧୬% ମାର୍କ ରଖି ଛତ୍ରପୁର ଏନଏସିରେ ଟପ୍ପର ହୋଇଛନ୍ତି । ସେହିପରି ବିଦ୍ୟାଳୟର ମୋଟ ୮୨ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ (ଦଶମ ଶ୍ରେଣୀରେ) ଉତ୍ତୀର୍ଣ୍ଣ ଲାଭ କରିଛନ୍ତି । ତନ୍ମଧ୍ୟରୁ A1ରେ ଜଣେ, A2ରେ ୨୦ ଜଣ, B1ରେ ୩୮ ଜଣ, B2ରେ ୨୦ଜଣ ଓ C ଗ୍ରେଡରେ ୩ ଜଣ ଏହିପରି ଶତ ପ୍ରତିଶତ ମାଟ୍ରିକ ପରୀକ୍ଷା ଫଳ ଭଲ ହୋଇଛି ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି । ଅନୁଶ୍ରୀଙ୍କ ଏହି ସଫଳତା ପାଇଁ ପ୍ରଧାନ ଗୁରୁଜୀ ରବୀନ୍ଦ୍ର ଦାଶ ଏବଂ ଶ୍ରେଣୀ ଗୁରୁମାଙ୍କୁ ଛାତ୍ରୀଙ୍କ ଅଭିଭାବକଗଣ ସାଧୁବାଦ ଜଣାଇଛନ୍ତି । ଅନ୍ୟପକ୍ଷରେ ସମସ୍ତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପରିଚାଳନା କମିଟିର ସମସ୍ତ ସଦସ୍ୟ, ଗୁରୁଜୀ, ଗୁରୁମା ଓ ପ୍ରଧାନାଚାର୍ଯ୍ୟ ସଭିଏଁ ଅନୁଶ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତ ଛାତ୍ରଛାତ୍ରୀଙ୍କର ଉତ୍ତୋରତର ଉନ୍ନତି କାମନା କରିଛନ୍ତି ।

jittmm
Leave A Reply

Your email address will not be published.