ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ଛତ୍ରପୁରର ପୁଅ ଓଡ଼ିଶା ଟପର୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କାରମେଲ୍ କନଭେଣ୍ଟ ସିନିୟର ସେକେଣ୍ଡେରୀ ସ୍କୁଲ୍ କୃତ୍ତିତ୍ୱ ହାସଲ କରିଛି । ଏହି ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ର ବିଷ୍ଣୁ ପ୍ରସାଦ ଶତପଥୀ ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୯.୪% ମାର୍କ ରଖି ଓଡ଼ିଶା ଟପର୍ ହୋଇ ଛତ୍ରପୁରର ଗୌରବ ଅର୍ଜନ କରିଛନ୍ତି । ସେ ଜଣେ ମେଧାବୀ ଏବଂ କୃତ୍ତି ଛାତ୍ର ଅଟନ୍ତି । ସେ ବିଭିନ୍ନ ପ୍ରତିଯୋଗିତାରେ ପ୍ରତିକ୍ଷେତ୍ରରେ କୃତ୍ତିତ୍ୱ ହାସଲ କରି ପୁରସ୍କୃତ ହୋଇଛନ୍ତି । ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହ ନିଜର ପାରଦର୍ଶିତା ବଜାୟ ରଖିଆସିଛନ୍ତି । ସ୍କୁଲର ପ୍ରତିଟି କାର୍ଯ୍ୟକ୍ରମରେ ଏବଂ ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ ପ୍ରବନ୍ଧ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ ମଧ୍ୟ ସଫଳତାର ସହ କୃତ୍ତିତ୍ୱ ଅର୍ଜ୍ଜନ କରିଆସିଛନ୍ତି । ଶ୍ରୀମାନ ବିଷ୍ଣୁ ପ୍ରସାଦ ଶତପଥୀ ହେଉଛନ୍ତି, ଛତ୍ରପୁର ବ୍ଲକ୍ ଶିକ୍ଷାଧିକାରୀ କାର୍ଯ୍ୟାଳୟର ବରିଷ୍ଠ ସହାୟକ ତଥା ଛତ୍ରପୁର ସହରାଞ୍ଚଳର ପାତ୍ରସାହି ବାସିନ୍ଦା ଦୁର୍ଗାପ୍ରସାଦ ଶତପଥୀ ଓ ଶ୍ରମତୀ ରଶ୍ମୀତା ରଞ୍ଜନୀ ଶତପଥୀଙ୍କ ସୁପୁତ୍ର ଏବଂ ପ୍ରଶାନ୍ତ କୁମାର ଶତପଥୀ ଓ ଉଷାରାଣୀ ଷଢଙ୍ଗୀଙ୍କ ପୁତୁରା ଅଟନ୍ତି । ଏହି ଶ୍ରେୟ ପାଇଁ ସ୍କୁଲର ପ୍ରିନସିପାଲ, ସମସ୍ତ ଗୁରୁଜନ, ଦୁଇ ଭଉଣୀ, ପିଉସା, ପିଉସୀ, ମଉସା, ମାଉସୀ, ମାମୁଁ, ମାଇଁ ଓ ଆଈଙ୍କୁ ସେ ସାଧୁବାଦ ଜଣାଇଛନ୍ତି । ନିଜ ଗୋସେଇଁ ମାଆଙ୍କ ଆଶୀର୍ବାଦ ତାଙ୍କରି ଠାରେ ସବୁବେଳେ ରହିଥିଲା । ଭବିଷ୍ୟତରେ ସେ ଆଇ.ଆଇ.ଟି. ଟପର୍ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.