ବଲାଙ୍ଗିର, (କେପିଏନ୍ଏସ୍) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷାରେ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ମହୀମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଶ୍ରୁତି ସ୍ମରଣୀ ସାହୁ ୯୫% ନମ୍ବର ରଖି ରାଜ୍ୟରେ ଥିବା ସମଗ୍ର ଓଡିଶା ଆଦର୍ଶ ବିଦ୍ୟାଳୟରେ ପଞ୍ଚମ ସ୍ଥାନ ଓ ଝିଅମାନଙ୍କ ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଦେଶ ଓ ଜାତିର ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି । ଶ୍ରୁତି ତାଙ୍କ କୃତିତ୍ୱ ପାଇଁ ପିତା ରାଜ କିଶୋର ସାହୁ, ମାତା ଯଶୋଦା ସାହୁ ତଥା ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ଖଟୁଆଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୁତିଙ୍କ ଏହି କୃତିତ୍ୱରେ ତାଙ୍କ ଡାହିମାଲ ଗ୍ରାମରେ ଖୁସିର ଲହରି ଖେଳିଯାଇଛି ।