centurian jitm

ପବିତ୍ର ରାମ ନବମୀ ପାଇଁ ଟିଟିଲାଗଡ଼ ସହର ଚଳଚଞ୍ଚଳ

nschool

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ରାମ ନବମୀ ଉପଲକ୍ଷେ ବିଭିନ୍ନ ସ୍ଥାନରେ ପ୍ରହରୀ, ନାମ ସଙ୍କୀର୍ତ୍ତନ ଓ ସହର ସାରା ଗେରୁଆ ରଙ୍ଗର ପତାକା ଲଗା ହୋଇଛି । ହାଇସ୍କୁଲ ପଡ଼ାରେ ଅଷ୍ଟ ପ୍ରହର ନାମଯଜ୍ଞ ୨୩ ବର୍ଷରେ ପଦାର୍ପଣ କରିଥିବା ବେଳେ କର୍ତ୍ତା ଭାବେ ବସିଥିଲେ ବିଦେଶୀ କଟା ଏବଂ ସପତ୍ନୀ ବନିତା କଟା । ଏହି ଅବସରରେ ଆଠଟି କୀର୍ତ୍ତନ ମଣ୍ଡଳୀଙ୍କ ସଙ୍କୀର୍ତ୍ତନ ଅନୁଷ୍ଠିତ ହେବ । ଶନିବାର ଦିନ ଅଧିବାସ, ରବିବାର ସକାଳେ ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇଥିବା ବେଳେ ସୋମବାର ସକାଳେ ପୂର୍ଣ୍ଣାହୁତି ପଡ଼ିବ । ଏହି ନାମ ସଙ୍କୀର୍ତ୍ତନର ବିଶେଷ ଆକର୍ଷଣ ହେଉଛି ରାଧାକୃଷ୍ଣଙ୍କ ମୂର୍ତ୍ତି ଏଠାରେ ପୂଜା ପାଉଛନ୍ତି । ଯାହାକୁ ଦେଖିବାକୁ ସହର ତଥା ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ ଜମୁଛି । ସେହିପରି ସର୍ଗିଗୁଡା ରାମ ମନ୍ଦିରର କମିଟି ପକ୍ଷରୁ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଛି । ରାମ ମନ୍ଦିର ଭିତରେ କର୍ତ୍ତା ଭାବେ ଜିତ ଦାସ ଓ ସପତ୍ନୀ ପୂଜାରେ ବସିଥିବା ବେଳେ ପୂଜକ ମାନସ ପାଣି ଓ ଅନ୍ୟ ପୂଜକ ହୋମଯଜ୍ଞରେ ବସିଛନ୍ତି । କମିଟି ପକ୍ଷରୁ ବହୁତ ସୁନ୍ଦର ବ୍ୟବସ୍ଥା କରାଯାଇଛି । ନାମ ସଙ୍କୀର୍ତ୍ତନ ଚାଲିଛି । ରାଧାକୃଷ୍ଣ ମନ୍ଦିର ଭିତରେ ସୁନ୍ଦରାକାଣ୍ଡ ଓ ରାମାୟଣ ପଠନ ଚାଲିଛି । କମିଟିର ମୋହନ ଗୁପ୍ତା ଓ ସପତ୍ନି ଏହାର କର୍ତ୍ତା ଭାବେ ଦାୟିତ୍ଵ ତୁଲାଉଥିବା ବେଳେ ମନ୍ଦିର କମିଟି ପକ୍ଷରୁ ରାଧାକୃଷ୍ଣଙ୍କୁ ସୁନ୍ଦର ଭାବରେ ସଜାଇଛନ୍ତି । ପଦ୍ମନାଭପୂରରେ ଥିବା ଶ୍ରୀରାମ ମନ୍ଦିର ପରିସରରେ ରାମାୟଣ ପଠନ ସହ ପୂଜାର୍ଚ୍ଚନା ଚାଲିଛି । ଭକ୍ତଙ୍କ ସମାଗମ ହେଉଛି । ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖାର ସଦସ୍ୟଙ୍କ ଦ୍ଵାରା ଦ୍ୱିପହର ସମୟରେ ଦୁଇ ହଜାରରୁ ଅଧିକ ଲୋକଙ୍କୁ ପ୍ରସାଦ ବଣ୍ଟନ କରିଛନ୍ତି । ହାଟପଦା ପଡ଼ାରେ ଥିବା ସଙ୍କଟ ମୋଚନ ହନୁମାନ ମନ୍ଦିରରେ ମଧ୍ୟ ଶ୍ରୀରାମ ନବମୀ ପାଳନ ସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅତି ଧୁମ୍‌ଧାମ୍‌ରେ ପାଳନ କରାଯାଉଛି । କର୍ତ୍ତା ଭାବେ ତୁଷାର ମିଶ୍ର ଓ ସପତ୍ନି ବସିଥିବା ବେଳେ କମିଟି ପକ୍ଷରୁ ଶନିବାର କଳସ ଯାତ୍ରା ଓ ଅଧିବାସ ରବିବାର ସକାଳୁ ନାମ ଯଜ୍ଞ ଓ ସଙ୍କୀର୍ତ୍ତନ ଆରମ୍ଭ ହୋଇଥିଲା । କମିଟି ପକ୍ଷରୁ ବହୁତ ସୁନ୍ଦର ବ୍ୟବସ୍ଥା କରାଯାଇଛି । ସୋମବାର ସକାଳେ ପୂର୍ଣ୍ଣାହୁତି ହେବ । ଦେଖିବାକୁ ଗଲେ ସହର ସାରା ଶ୍ରୀରାମ ନବମୀ ପାଇଁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.