oom

ତୀର୍ଥଯାତ୍ରୀଙ୍କ ଫେରିବା ବାଟରେ ମୃତ୍ୟୁ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ସଦାଇପାଲି ଗ୍ରାମରୁ ଗତ ୨୩ ତାରିଖରେ ୧୧୬ ଜଣ ତୀର୍ଥଯାତ୍ରୀ ବନାରସ, ପ୍ରୟାଗରାଜ୍‌ ଓ ଚିତ୍ରକୂଟ ଯାତ୍ରା କରିଥିଲେ । ଗତକାଲି ଫେରିବା ବେଳେ ଟ୍ରେନରେ ଜଣେ ଯାତ୍ରୀ କାଦମ୍ବିନୀ ନାଏକ(୭୦) ଝାଡାବାନ୍ତିରେ ଅସୁସ୍ଥ ହୋଇପଡିଥିଲେ । ରେଲୱେ ଡାକ୍ତର ଚିକିତ୍ସା ପାଇଁ ଆସିଥିଲେ । ମାତ୍ର ପ୍ରାଥମିକ ଚିକିତ୍ସା କରି ରାଉରକେଲାରେ ଓହ୍ଲାଇ ରୋଗୀକୁ ଡାକ୍ତର ଖାନାରେ ଭର୍ତ୍ତି କରିବା ପାଇଁ ପରାମର୍ଶ କଲେ । ତଦ୍‌ଅନୁଯାୟୀ ଆଗରୁ ପ୍ରସ୍ତୁତ ଥିବା ଆମ୍ବୁଲାନ୍ସରେ ରୋଗୀକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରୋଗୀଙ୍କ ସହିତ ତାଙ୍କ ନିଜ ବୋହୁ ସଂର୍ପକୀୟ ନାତି ଏବଂ ପଡୋଶୀ ଦୁଇଜଣ ଯାତ୍ରୀ ଡାକ୍ତରଖାନାରେ ରହି ସହଯୋଗ କରୁଥିଲେ । ମାତ୍ର ସେଠାକାର ଡାକ୍ତରଙ୍କ ସବୁ ଚେଷ୍ଟା ସତ୍ୱେ ରୋଗୀ ମୃତ୍ୟୁବରଣ କଲେ । ଅସୁସ୍ଥ ଖବର ତାଙ୍କ ପୁଅମାନଙ୍କୁ ଜଣାଇ ଦେଇଥିବାରୁ ସେମାନେ ଝାରସୁଗୁଡା ପର୍ୟ୍ୟନ୍ତ ଏକ ସ୍ୱତନ୍ତ୍ର ଗାଡିରେ ଯିବା ଭିତରେ ଏହି ଦୁଃଖତ ଖବର ପାଇ ସେଠାରେ ରହିଗଲେ ଏବଂ ମୃତ ମହିଳାଙ୍କୁ ତାଙ୍କ ବୋହୁ ଏବଂ ଅନ୍ୟ ତିନି ଜଣ ରାଉରକେଲାରୁ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମ ସଦାଇପାଲିକୁ ଅଣାଯାଇଥିଲା । ଏହି ଦୁଃଖଦ ଖବରରେ ଅନ୍ୟ ଯାତ୍ରୀମାନେ ବଲାଙ୍ଗିର ରେଳ ଷ୍ଟେସନରେ ଓଲ୍ଲାଇଲା ପରେ ଦୁଃଖ ପ୍ରକାଶ କରି ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ପ୍ରାର୍ଥନା କରିଥିଲେ । ଏହି ତୀର୍ଥ ଯାତ୍ରାରେ ମୃତକଙ୍କ ବୋହୁ ସୁଜାତା ନାଏକ, ପୁତୁରା ସତ୍ୟବାଦୀ ନାଏକ, ପୁତୁରା ବୋହୁ ସ୍ୱର୍ଣ୍ଣପ୍ରଭା ନାଏକ ପ୍ରମୁଖଙ୍କ ସହିତ ସାମାଜିକ କର୍ମୀ ଡ. ଶ୍ରୀକର ମିଶ୍ର, ଡା. ପ୍ରମୋଦ କୁମାର ମିଶ୍ର, ବିରଂଚି ସାଏ ପ୍ରମୁଖ ସାମିଲ ଥିଲେ ।

jittmm
Leave A Reply

Your email address will not be published.