ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ବାଡେଗୁଡା ଗ୍ରାମର ଗଦାଧର ବଗର୍ତ୍ତୀଙ୍କ ପୁତ୍ର ବିଦ୍ୟାଧର ବଗର୍ତ୍ତୀ ସାଇକେଲ ଯୋଗେ ଭାରତର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣରେ ବାହାରିଛନ୍ତି । ସେ ଛତିଶଗଡ଼, ପ୍ରୟାଗରାଜ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦ୍ୱାରିକା ନାଥ, କେଦାର ନାଥ, ବଦ୍ରିନାଥ, ସିକିମ, ଆସାମ ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିର, ମଠ ଦର୍ଶନ କରିବାର ଆଶା ରଖିଛନ୍ତି । ସେ ପ୍ରତିଦିନ ସକାଳୁ ନିତ୍ୟକର୍ମ ସାରି ଯାତ୍ରା ଅଭିମୁଖେ ବାହାରି ପଡ଼ନ୍ତି ଓ ବିଭିନ୍ନ ସ୍ଥାନରେ ଲୋକମାନଙ୍କ ଆର୍ଥିକ ଅନୁଦାନରେ ଖାଦ୍ୟ ପେୟ କରି ରାତ୍ରିରେ ଯେ କୌଣସି ରହଣି ସ୍ଥାନ ଦେଖି ରହନ୍ତି । ଲୋକ ମାନଙ୍କ ସାହାଯ୍ୟ ସହଯୋଗ ଦେଖି ସେ ବହୁତ ଖୁସି ଅନୁଭବ କରନ୍ତି । ତେଣୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଥିବା ଦେଖିବାକୁ ମିଳୁଛି ।
Prev Post