ଝାରବନ୍ଧ ବ୍ଲକରେ ତ୍ରିରଙ୍ଗା ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ସୈନ୍ୟମାନଙ୍କ ମନବୋଳକୁ ବଢ଼ାଇବା ପାଇଁ ପାକିସ୍ଥାନୀ ଆତଙ୍କବାଦୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନିଷ୍ପତ୍ତିରେ ସିନ୍ଦୁର ଅପରେସନ ସଫଳତାର ସହ ଭାରତ ଗୌରବ ଅର୍ଜନ କରିଛି । ଉକ୍ତ ପରାକ୍ରମର ସଫଳତା ପାଇଁ ରବିବାର ଦିନ ଅପରାହ୍ନ ୪ଟାରେ ଝାରବନ୍ଧ ଠାରେ ସାର୍ବଜନୀନ ନିରପେକ୍ଷ ଭାବେ ଗ୍ରାମ କମିଟି, ଗ୍ରାମର ବଣିକ ସଂଘ, ସାମ୍ବାଦିକ ବନ୍ଧୁଗଣ, ଗ୍ଲୋବଲ ସ୍ପୋଟିଙ୍ଗ୍ ଓ ବିଜେପି ଉଭୟ ମଣ୍ଡଳର ଅସଂଖ୍ୟ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ତ୍ରିରଙ୍ଗା ଯାତ୍ରା ଗ୍ରାମ ପରିକ୍ରମା କରି ଝାରବନ୍ଧ ଚାନ୍ଦିନୀ ଚୌକଠାରେ ସମାପନ ହୋଇଥିଲା । କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଗୋବର୍ଦ୍ଧନ ଭୋଇ ଓ ମାନ୍ୟଗଣ୍ୟ ଭଦ୍ରବ୍ୟକ୍ତି ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.