ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା(ବସ୍ତି)ର ଟିକେଲାଲ ଭୋଇ(୭୫)ବର୍ଷଙ୍କ ମଙ୍ଗଳବାର ଅପରାହ୍ନରେ ବଲାଙ୍ଗିରଠାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ମୁରିବାହାଲ ସାର୍ବଜନୀନ ଦୂର୍ଗାପୂଜା କମିଟିର ଜଣେ ପ୍ରତିଷ୍ଠାତା ସଦସ୍ୟ ତଥା ଅଞ୍ଚଳର ପ୍ରଥମ ମୂର୍ତ୍ତି କାରିଗର ଥିଲେ । ସେ ମୁରିବାହାଲ ଗୋପବନ୍ଧୁ ଯୁବକ ସଂଘର କୋଷାଧ୍ୟକ୍ଷ ତଥା ସାର୍ବଜନୀନ ଦୂର୍ଗାପୂଜା କମିଟିର ପୂର୍ବତନ କୋଷାଧ୍ୟକ୍ଷ ବସନ୍ତ ଭୋଇଙ୍କ ବାପା ଅଟନ୍ତି । ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ପୁଅ ବସନ୍ତ, ଝିଅ, ବୋହୂ, ପରିବାର ଓ ଜ୍ଞାତିକୁଟୁମ୍ବ ଉପସ୍ଥିତ ଥିଲେ । ପରଲୋକ ଖବର ପାଇ ମୁରିବାହାଲ ସାର୍ବଜନୀନ ଦୂର୍ଗାପୂଜା କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ସେ ଜଣେ ଅମାୟିକ ଓ ବନ୍ଧୁବତ୍ସଳ ବ୍ୟକ୍ତିଭାବେ ଅଞ୍ଚଳରେ ସୁପରିଚିତ ଥିବାରୁ ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କ ଅନ୍ତେଷ୍ଟିରେ ବହୁ ଲୋକ ସାମିଲ ହୋଇଥିଲେ । ପୁଅ ବସନ୍ତ ଭୋଇ ମୂଖାଗ୍ନୀ ଦେଇଥିଲେ ।
