ଟିକେ ଆଶ୍ୱସ୍ତି, ରାଜ୍ୟରେ ଦିନକରେ ୧୦ ହଜାର ତଳକୁ ଖସିଛି ସଂକ୍ରମଣ ସଂଖ୍ୟା : ଗତ ୨୪ ଘଂଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯୩

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଦିନକରେ ୧୦ ହଜାର ତଳକୁ ରହିଛି ସଂକ୍ରମଣ ସଂଖ୍ୟା । ରାଜ୍ୟବାସୀଙ୍କୁ ଟିକେ ଆଶ୍ୱସ୍ତି ମିଳିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୯୭୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୪୮୨୯ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୫୩୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୨୫୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୨୬, ବାଲେଶ୍ୱରରୁ ୩୧୪, ବରଗଡ଼ରୁ ୨୭୦, ଭଦ୍ରକରୁ ୫୨, ବଲାଙ୍ଗିରରୁ ୩୪୨, ବୌଦ୍ଧରୁ ୧୫୨, କଟକରୁ ୬୪୧, ଦେବଗଡ଼ରୁ ୧୨୫, ଢେ଼ଙ୍କାନାଳରୁ ୯୧, ଗଜପତିରୁ ୧୧୧, ଗଂଜାମରୁ ୨୭୬, ଜଗତସିଂହପୁରରୁ ୧୮୯, ଯାଜପୁରରୁ ୩୭୬, ଝାରସୁଗୁଡ଼ାରୁ ୪୦୪, କଳାହାଣ୍ଡିରୁ ୨୨୪, କନ୍ଧମାଳରୁ ୧୦୧, କେନ୍ଦ୍ରାପଡ଼ାରୁ ୧୫୮, କେଉଁଝରରୁ ୨୪୪, ଖୋର୍ଦ୍ଧାରୁ ୧୫୧୧, କୋରାପୁଟରୁ ୧୭୪, ମାଲକାନଗିରିରୁ ୬୩, ମୟୁରଭଂଜରୁ ୧୯୯, ନବରଂଗପୁରରୁ ୩୦୨, ନୟାଗଡ଼ରୁ ୨୫୪, ନୂଆପଡ଼ାରୁ ୪୦୧, ପୁରୀରୁ ୩୫୧, ରାୟଗଡ଼ାରୁ ୧୪୮, ସମ୍ବଲପୁରରୁ ୩୫୬, ସୋନପୁରରୁ ୧୪୦, ସୁନ୍ଦରଗଡ଼ରୁ ୧୦୧୮ ଓ ଷ୍ଟେଟ ପୁଲ୍‌ରୁ ୨୮୦ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.