
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ସିଭିଲ କୋର୍ଟ ବାର୍ ହଲ୍ଠାରେ ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ପକ୍ଷରୁ ତଥା ସିଭିଲ କୋର୍ଟ ସହାୟତାରେ ସିଭିଲ କୋର୍ଟ କର୍ମଚାରୀ, ଜନ ସାଧାରଣ ଓ ଓକିଲମାନଙ୍କ ପାଇଁ କୋଭିଡ ବୁଷ୍ଟର ଡୋଜ୍ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଓକିଲ ସଂଘ ସଭାପତି ଅମରେଣ ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଟୀକାକରଣ କାର୍ଯ୍ୟକ୍ରମରେ ମୋଟ ୧୪୭ ଜଣ ଟୀକା ନେଇଥିଲେ । ସଂଘର ସମସ୍ତ ସଭ୍ୟ ଏଥିରେ ସହଯୋଗ କରିଥିଲେ ।