
ଲୋଇସିଂହା, (କେପିଏନ୍ଏସ୍) : ଥାନା ଆଗଲପୁର ବ୍ଲକ ନଅଗାଁ(ଖ)ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ପଂଚାୟତ ସ୍ତରୀୟ କରୋନା ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକମରେ ଲୋଇସିଂହା ବିଧାୟକ ଡା. ମୁକେଶ ମହାଳିଙ୍ଗ ଉପସ୍ଥିତ ରହି ଟୀକାକରଣର ଆବଶ୍ୟକତା ଉପରେ ଲୋକଙ୍କୁ ସଚେତନ କରିଥିଲେ । ନଅଗାଁ ପଂଚାୟତର ନଅଗାଁ, ଦାଶପାଲି, ତେନ୍ତୁଳୀଖୁଣ୍ଟି ଓ ସାନଟୀକା ଗ୍ରାମରୁ ୪୫ ବର୍ଷରୁ ଉର୍ଦ୍ଧ ଚାରିଶହରୁ ଅଧିକ ପୁରୁଷ ଓ ମହିଳା ଟୀକା ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାର ସମେତ ଉପରୋକ୍ତ ୩ଟି ଗ୍ରାମର ଗାଁ କଲ୍ୟାଣ ସମିତି କର୍ମକର୍ତ୍ତା ପରିଚାଳନା କରିବା ସହିତ ଟୀକାକରଣରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଆଗଲପୁର ବ୍ଲକ ଉପାଧ୍ୟାକ୍ଷ ମନମୋହନ ପଟେଲ, ବିପିଏମ ହିମାଂଶୁ ମିଶ୍ର, ବିପିଓ ପ୍ରବୀର ମେହେର, ମନୋଜ ତ୍ରିପାଠୀ, ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ପ୍ରଶାନ୍ତ ନାୟକ ଓ ସମସ୍ତ ଅଙ୍ଗନବାଡି ତଥା ଆଶାକର୍ମୀ ମାନେ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।