କରୋନା ଟୀକା ନେବା ପାଇଁ କେମିତି କରିବେ ରେଜିଷ୍ଟ୍ରେସନ ?

ଭୁବନେଶ୍ୱର : ଜାନୁଆରି ୧୬ରୁ ସାରା ଦେଶରେ ଆରମ୍ଭ ହେଉଛି କରୋନା ଟିକାକରଣ କାର୍ଯ୍ୟକ୍ରମ । ଯେଉଁଥିରେ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଭାରତୀୟଙ୍କୁ କୋଭିଡ୍‌ ଟିକା ପ୍ରଦାନ କରିବେ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ପରେ ବୟସ୍କ ବ୍ୟକ୍ତିମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇସାରିଛି । ଭାରତ ସରକାରଙ୍କ ତରଫରୁ କୁହାଯାଇଛି ଯେ, ‘କୋ-ୱିନ୍‌’ ମୋବାଇଲ୍‌ ଆପରେ ଟିକାକରଣର ପୂରା ବିବରଣୀ ରହିବ । କେଉଁ ରାଜ୍ୟରେ କେତେ ଲୋକ ଟିକା ନେଲେ ତାହାର ସମ୍ପୂର୍ଣ୍ଣ ସୂଚନା ଏଥିରେ ଉପଲବ୍ଧ ହେବ । ତା’ସହିତ ଏହି ଆପରେ ଲୋକମାନେ ରେଜିଷ୍ଟ୍ରେସନ କରିବା ପରେ ହିଁ ସେମାନଙ୍କୁ କୋଭିଡ୍‌ ଟିକା ପ୍ରଦାନ କରାଯିବ ବୋଲି କୁହାଯାଇଛି । ଟିକା ପାଇବାକୁ ଥିବା ବ୍ୟକ୍ତି ପ୍ରଥମେ ‘କୋ-ୱିନ୍‌’ ମୋବାଇଲ୍‌ ଆପରେ ରେଜିଷ୍‌ଟ୍ରେସନ୍‌ କରିବାକୁ ପଡ଼ିବ । ଏହି ଆପରେ ରେଜିଷ୍‌ଟ୍ରେସନ୍‌ କରିନଥିଲେ ଜଣେ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ ନାହିଁ ବୋଲି କୁହାଯାଇଛି । ତେବେ ଏଯାବତ ଏହି ଆପ୍‌ ଲଞ୍ଚ ହୋଇନାହିଁ । ଜାନୁଆରି ୧୬ରେ ଏହା ଲଞ୍ଚ ହେବା ପରେ ଲୋକମାନେ ଏହାକୁ ପ୍ଲେ-ଷ୍ଟୋରରୁ ଡାଉନଲୋଡ୍‌ କରିପାରିବେ ।

Leave A Reply

Your email address will not be published.