om academy

ସୁବର୍ଣ୍ଣପୁର ଜିଲ୍ଲାର ୪୫ ତଥା ତଦୁର୍ଦ୍ଧ ବୟସର ହିତାଧିକାରୀଙ୍କୁ ଟୀକାକରଣ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ୪୫ ବର୍ଷ ଓ ତଦୁର୍ଧ୍ୱ ବୟସ୍କ ଯେଉଁମାନଙ୍କ ପ୍ରଥମ ଡୋଜ ଟୀକା ନେବାର ୮୪ଦିନ ସମ୍ପୂର୍ଣ୍ଣ ହୋଇ ସାରିଥିବ ସେହି ହିତାଧିକାରୀଙ୍କୁ ତା ୩୧/୦୫/୨୧ ଓ ତା ୦୧/୦୬/୨୧ରେ ଜିଲ୍ଲାର ୬ଟି ବ୍ଲକ ଅନ୍ତର୍ଗତ ବ୍ୟବସ୍ଥିତ୧୯ ଟୀକାକେନ୍ଦ୍ରରେ ଟୀକାପ୍ରଦାନ କରାଯିବ । ଏହି ପରିପ୍ରେକ୍ଷୀରେ ଆସନ୍ତା ତା ୩୧/୦୫/୨୧ରେ ବୀରମହାରାଜପୁର ବ୍ଲକର ବୀରମହାରାଜପୁର-ଏସଡିଏଚ, ମୁରଶୁଣ୍ଢୀ-ପିଏଚସି, କୁଡାପଡା- ଏସସି, ବିନିକା ବ୍ଲକର ବିନିକା- ସିଏଚସି, କୁଇବାହାଲ-ଏସସି, ମହାଦେବପାଲି-ଜିଏଚ, ବାଙ୍କିଗିର୍ଡି- ପିଏଚସି, ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି-ୟୁପି ସ୍କୁଲ, ରାମପୁର-ପିଏଚସି, ଶୁଖା-ପିଏଚସି ସେହିପରି ସୋନପୁର ବ୍ଲକର ଖଲିଆପାଲି-ଏସସି, ରେଙ୍ଗାଲି-ଏସସି, ଓ ସରଗୁଣାମୁଣ୍ଡା-ଏସସି, ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ-ପିଏଚସି, ମହଦା-ଏସସି, ଚଡେଇପଙ୍କ-ଏସସି, ଏବଂ ତରଭା ବ୍ଲକର ତରଭା-ସିଏଚସି, ଦେଉଳପଦର-ଏସସିରେ ଟୀକାକରଣ ହେବାକୁ ଥିବାବେଳେ ତା ୦୧/୦୬/୨୧ରେ କେବଳ ରାଣୀସରଡ଼ା-ଏସସି ଟୀକାକେନ୍ଦ୍ରରେ ଟୀକାକରଣ ଚାଲୁରହିବ । ଉକ୍ତ ଦିନ ଗୁଡିକରେ ଟୀକାର ତତ୍କାଳ ମହଜୁଦକୁ ଦୃଷ୍ଟିରେ ରଖି ସକାଳ ୮ ଘଣ୍ଟା ରୁ ୯ ଘଣ୍ଟା ମଧ୍ୟରେ ୪୫ ବର୍ଷରୁ ଉର୍ଦ୍ଧଙ୍କୁ ପ୍ରଥମ ଡୋଜ ଟୀକାକରଣ ପାଇଁ ଓ ଯୋଗ୍ୟ ହିତାଧିକାରୀଙ୍କୁ ଦ୍ଵିତୀୟ ଡୋଜ ଟୀକାକରଣ ନିମନ୍ତେ ଟୀକାକେନ୍ଦ୍ର ଠାରେ ବ୍ୟକ୍ତିଗତ ଟୋକନ ପ୍ରଦାନ କରାଯିବ, ଯେଉଁମାନେ ଟୋକନସଂଗ୍ରହ କରିଥିବେ ସେମାନେ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟୀକାକରଣ ସକାଳ ୦୮ ରୁ ଅପରାହ୍ନ ୧୨ ଘଂ ଓ ଅପରାହ୍ନ ୦୩ ରୁ ସନ୍ଧ୍ୟା ୦୬ ଘଣ୍ଟା ପର୍ୟ୍ୟନ୍ତ ଚାଲୁ ରହିବ ।

Leave A Reply

Your email address will not be published.