oom

କୋଭିଡ ଟିକାକରଣ ଶିବିର

jsmm

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ କଂସିଲ ଓ ଧଅରାଖମନ ଠାରେ ପୃଥକ ପୃଥକ ଭାବେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ଓ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ କୋଭିଡ ଟିକାକରଣ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ଚିକିତ୍ସା ଅଧିକାରୀ ସୌମ୍ୟ ରଞ୍ଜନ ପାତ୍ର, ଜନସ୍ଵାସ୍ଥ୍ୟ ଅଧିକାରୀ କିଶୋର ଚନ୍ଦ୍ର ଦାଶ, ବିପିଏମ ଅଜିତ ସିଂ କୁମାର, ବାଡା ପ୍ରତାପ ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ଶୁଭଶ୍ରୀ ସିଂ, ସଂସ୍ଥା କର୍ମୀ ଗରୁଡ଼ ଭୋଇ, ପ୍ରଦୀପ କୁମାର ସାହୁ, ଜଗଦୀଶ ରଣା, କିଶୋର ଦାଶ, ବେଣୁପାଣି ସାହୁ ପ୍ରମୁଖ ଉପସ୍ଥିତ ରହି କୋଭିଡ ଟିକାର ଉପକାରିତା ଓ ତୃତୀୟ ଲହର ପାଇଁ ପ୍ରସ୍ତୁତି ରହିବା ଉପରେ ଆଲୋକପାତ କରିଥିଲେ । ଏଥିରେ କର୍ଲାମୁଣ୍ଡା ବ୍ଲକ ଓ ମ.ରାମପୁର ବ୍ଲକର ପ୍ରାୟ ଆଠଟି ଗାଁର ୧୧୦ଜଣ ପୁରୁଷ ମହିଳା ଟିକା ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ବିକାଶ କମିଟିର ଜଗନ୍ନାଥ ଭୋଇ, ହେମାଲତା ସା, ଅନିରୁଦ୍ଧ ପୁଟେଲ, ବିଶ୍ୱମ୍ବର ଭୋଇ, ବକଦେବ ଭୋଇ, ରାଜେନ୍ଦ୍ର ସା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.