ls

ସପ‌ତ୍ନୀ ଦ୍ୱିତୀୟ ପର୍ଯ୍ୟାୟ ଟୀକା ଗ୍ରହଣ କଲେ ନରସିଂହ

sb

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସପତ୍ନିକ କରୋନା ପ୍ରତିଷେଧକର ଦ୍ୱିତୀୟ ପର୍ଯ୍ୟାୟ ଟୀକା ଗ୍ରହଣ କରିଛନ୍ତି । ଗତକାଲିି ତାଙ୍କର ପ୍ରଥମ ପ୍ରତିଷେଧକ ଟିକା ଗ୍ରହଣ କରିବାର ଦେଢ ମାସ ପୁରିଯାଇଥିଲା । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଗତକାଲି ସକାଳ ସାଢେ ନଅ ଟାରେ ସେ ପତ୍ନି କୁସୁମ ମିଶ୍ରଙ୍କ ସହ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲ ପହଞ୍ଚିଥିଲେ । ଡାକ୍ତରଖାନା କର୍ତ୍ତୃପକ୍ଷ, ବିଭାଗୀୟ ଡାକ୍ତର ଓ ନର୍ସମାନେ ଉଭୟଙ୍କୁ ଟୀକାକରଣ କେନ୍ଦ୍ରକୁ ପାଛୋଟି ନେଇଥିଲେ । କିଛି ସମୟ ଅପେକ୍ଷା ପରେ ଉଭୟଙ୍କୁ କୋଭିସିଲ୍ଡ ଟୀକା ଦିଆଯାଇ ବିଶ୍ରାମ କକ୍ଷରେ ବିଶ୍ରାମ କରିବା ପାଇଁ କୁହାଯାଇଥିଲା । ଅଧ ଘଣ୍ଟା ବିଶ୍ରାମ ନେବା ପରେ ଡାକ୍ତର ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପରୀକ୍ଷାରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସାଧାରଣ ରହିଥିବା ବେଳେ ଡାକ୍ତର ଉଭୟଙ୍କୁ ଘରକୁ ଯିବା ପାଇଁ କହିଥିଲେ । ଏହି ଅବସରରେ ଶ୍ରୀ ମିଶ୍ର ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ସମସ୍ତ ଜନସାଧାରଣଙ୍କୁ କୋଭିଡ ନିୟମ ପାଳନ କରିବା, କରୋନା ପ୍ରତି ସତର୍କତା ଅବଲମ୍ବନ କରିବା ସହିତ ଟୀକା ଗ୍ରହଣ କରିବା ପାଇଁ ଅହ୍ୱାନ କରିଥିଲେ । ଗତକାଲି ବିଧାୟକଙ୍କ ସମୟରେ ଡା. ଗିରିଜା ଶଙ୍କର ଉଦଗାତା ଓ ବିଧାୟକଙ୍କ ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ମନିଷ ମିଶ୍ର ଉପସ୍ଥିତ ଥିଲେ ।

pc pk
Leave A Reply

Your email address will not be published.