oom

ଥଣ୍ଡା କାଶ ଲକ୍ଷଣ ଥିଲେ ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ : ମାସ୍କ ବ୍ୟବହାର କରନ୍ତୁ

jsmm

ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଘୋଷଯାତ୍ରା ଠାରୁ ନେଇ ଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ୩୦୦ ଡାକ୍ତର ନିୟୋଜିତ ହେବେ । ରଥଯାତ୍ରା ଦ୍ଵିତୀୟ ସମନ୍ଵୟ ବୈଠକ ପରେ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ସୂଚନା ଦେଇଛନ୍ତି । ସେହିପରି କୋଭିଡ୍‌କୁ ନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ବ୍ୟସ୍ତ ହେବାର କିଛି ନାହିଁ । ଲୋ ଭାରିଆଣ୍ଟର କୋଭିଡ ଭୂତାଣୁ ଚିହ୍ନଟ ହୋଇଛି । ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୪୪ଟି କୋଭିଡ୍ କେସ୍ ଚିହ୍ନଟ ହୋଇଛି । ୧୦ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ୩୪ ଜଣ ପଜିଟିଭ୍ ଅଛନ୍ତି । ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଗୁରୁତର ରୋଗ କିମ୍ଵା ଥଣ୍ଡା କାଶ ଲକ୍ଷଣ ଥିଲେ ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ । ମାସ୍କ ବ୍ୟବହାର କରନ୍ତୁ । ଦେହ ଅତି ଅସୁସ୍ଥ ହେଲେ ହସ୍ପିଟାଲ୍ ଯାଆନ୍ତୁ । ସବୁ ସ୍ଥାନରେ କୋଭିଡ୍ ଟେଷ୍ଟ ପାଇଁ ବ୍ୟବସ୍ଥା ଅଛି ।

jittmm
Leave A Reply

Your email address will not be published.