ତାଲପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସି.ସି ଟିଭି ଏବଂ ଥଣ୍ଡା ପାନୀୟ ଜଳ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ତାଲପାଲି ପଞ୍ଚାୟତ କାର୍ଯ୍ୟାଳୟଠାରେ ନବ ନିର୍ବାଚିତ ସରପଞ୍ଚ ଉର୍ମିଲା ସେଠ, ନାଏବ ସରପଞ୍ଚ ସଞ୍ଜିବ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ନୀଳମଣୀ ବରିହାଙ୍କୁ ଜି.ଏସ୍ ସଂଘ ପକ୍ଷୁର ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଉର୍ମିଳା ସେଠ ସିସିଟିଭିର ଶୁଭାରମ୍ଭ କରିଥିଲେ । ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଚୈତନ ସାହୁ ଥଣ୍ଡା ପାନୀୟ ଜଳ(ଫ୍ରିଜର୍)କୁ ଶୁଭାରମ୍ଭ କରିଥିଲେ । ଏହି ଉଦ୍‌ଘାଟନୀ ଉତ୍ସବରେ ପି.ଇଓ ପାଣ୍ଡବ ନନ୍ଦ, ଜି.ଆର୍.ଏସ୍ ସୁଦର୍ଶନ ବେହେରା, ଜି.ଏସ୍ ସଂଘର ସଭାପତି ଖୁସିନ୍ଦ୍ର ସାହୁ, ସଂପାଦକ ସତ୍ୟ ଭୁଷଣ ସାହୁ, କୋଷାଧ୍ୟକ ସଂପଦ ପ୍ରଧାନ, କୃଷ୍ଣ ସାହୁ, ବସନ୍ତ ସାହୁ, କଳ୍ପନା ବରିହା, ଶେଷଦେବ ସାହୁ, ସୁଦାମ ପ୍ରଧାନ, ଦିଲ୍ଲିପ ବରିହା, ଜୟସିଂ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.