ls

ସାମାଜିକ ଗଣମାଧ୍ୟମରେ ଜାତିଆଣ ଆକ୍ଷେପ ନେଇ ଥାନାରେ ମାମଲା

sb

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡିର ରାପ ସଂଗୀତ ଗାୟକ ଡୁଳେଶ୍ୱର ତାଣ୍ଡି ଏକ ଅଶ୍ୱିଳ ସଂଗୀତ ଗାଇ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ତେବେ ସେ ଭୁଲ କରିଥିବା ବେଳେ ତାଙ୍କ ଜାତିକୁ ନେଇ ସାମାଜିକ ଗଣମାଧ୍ୟମରେ ନାନାଦି ଅଶ୍ୱିଳ ଆକ୍ଷେପ କରାଯାଉଥିବାରୁ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି ଡମ ସମାଜ । ଅଲ ଓଡିଶା ସିଡୁଲ କାଷ୍ଟ ଫେଡେରେସନ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡିରେ ସାମାଜିକ ଗଣମାଧ୍ୟମରେ ଜାତିଆଣ ଆକ୍ଷେପ କରିଥିବା ବ୍ୟକ୍ତିଙ୍କ ନାମରେ ଏତଲା ଦିଆଯାଉଛି । ଆଜି କର୍ଲାମୁଣ୍ଡା ଶାଖା ପକ୍ଷରୁ ରିଷିଡା ଫାଣ୍ଡିରେ ଫେଡେରେସନର କର୍ମକର୍ତା ମଧୁସୂଦନ ବାଗ, ବରୁଣ ସୁନା, ତ୍ରିଭୁବନ ନାଗ, ଟୁକୁମାଣି ସୁନା, ମହେଶ ସୁନା, ବିଶ୍ଵାମିତ୍ର ନାଗଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏତଲା, ଦେଇଛନ୍ତି । ଗୋଟିଏ ବ୍ୟକ୍ତିର ଭୁଲ ପାଇଁ ସମଗ୍ର ଜାତିକୁ ଆକ୍ଷେପ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଅରୁଚିକର ମନ୍ତବ୍ୟ ଦେଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

pc pk
Leave A Reply

Your email address will not be published.