ବନଚାରୀଙ୍କୁ ହତ୍ୟା ଧମକ ପରେ ଥାନାରେ ଏତଲା

କଣ୍ଟାମାଳ, (ବଂଶୀଧର ମାଝୀ) : କଣ୍ଟାମାଳ ବନବିଭାଗ ରେଞ୍ଜ ଅନ୍ତର୍ଗତ ପୁଟପୁଟିଗଡ ସଂରକ୍ଷିତ ଜଙ୍ଗଲର ୩ନଂ କଣ୍ଟେନମେଣ୍ଟ ଅଞ୍ଚଳରେ ବନକର୍ମଚାରୀମାନେ ପୋଟ୍ରୋଲିଂଗ କରୁଥିବା ବେଳେ ସେମାନଙ୍କୁ ଜୀବନରୁ ମାରି ଦେବା ଧମକ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗାଡିଆଯୋର ଗ୍ରାମର ରାଧେଶ୍ୟାମ ଦଳବେହେରା ଓ ବିପିନ ବାଘ ଜଙ୍ଗଲ ମଧ୍ୟରୁ ମୂଲ୍ୟବାନ କାଠ କାଟୁଥିବା ବନଚାରୀମାନେ ଦେଖିବାକୁ ପାଇଥିଲେ ଓ ଉକ୍ତ ଦୁଇଜଣଙ୍କୁ ଗଛ କାଟିବାକୁ ମନା କରିବାରୁ ସେ ଦୁଇଜଣ ରାଗିଯାଇ ବନଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଧମକ ଶୁଣି ଉକ୍ତ ୨ ବନଚାରୀ କଣ୍ଟାମାଳ ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗକୁ ଭିତ୍ତିକରି କଣ୍ଟାମାଳ ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ଉଭୟଙ୍କୁ ଡାକି ଥାନାରେ ତାଗିତ କରିଥିବା ଡିଏସ୍‌ପି ତପସ୍ୱିନୀ କହଁର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.