om academy

ଥାନା ପରିସରରେ ନିଆଁଲାଗି ପୋଡିଗଲା ଜବତ ହୋଇଥିବା ବାଇକ

jsm

ବୌଦ୍ଧ, (ବଂଶୀଧର ମାଝୀ) : ଗତକାଲି ଅପରାହ୍ନରେ ବାଉଁଶୁଣୀ ଥାନା ପରିସରରେ ନିଆଁଲାଗି କୌଣସି ଏକ ମାମଲାରେ ଜବତ ହୋଇଥିବା ଗୋଟିଏ ବାଇକ ପୋଡି ଯାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ରବିବାର ଅପରାହ୍ନ ସମୟରେ ବାଉଁଶୁଣୀଥାନା ପଛପଟେ ପାଚେରୀ ମଧ୍ୟରେ ଥିବା ଗଛ ଗୁଡିକରୁ ପଡିଥିବା ଶୁଖିଲା ଡାଳପତ୍ରରେ ନିଆଁ ଲାଗି ଯାଇଥିଲା । ପୂର୍ବରୁ କୌଣସି ଏକ ମାମଲାରେ ପୋଲିସ୍‌ ଦ୍ୱାରା ଜବତ୍‌ ହୋଇ ରଖା ଯାଇଥିବା ଗୋଟିଏ ବାଇକ ମଧ୍ୟ ସମ୍ପୂର୍ଣ୍ଣ ଜଳିଯାଇଛି । ଥାନା ପରିସରରେ ଶୁଖିଲା ଡାଳପତ୍ରରେ ଖରା ସମୟରେ କିଏ ନିଆଁ ଲଗାଇଲା ଓ କେମିତି ଥାନା ଅଧିକାରୀ କିମ୍ବା କର୍ମଚାରୀ ଜାଣିପାରିଲେ ନାହିଁ ତାକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଥାନା ପରିସରରେ ଜବତ୍‌ ବାଇକ ନିଆଁ ଲାଗି ପୋଡି ଯାଉଥିବାବେଳେ ସାଧାରଣ ଲୋକଙ୍କୁ ବାଉଁଶୁଣୀ ପୋଲିସ୍‌ କିଭଳି ସୁରକ୍ଷା ଦେଉଥିବ ତାହା ଅନୁମାନ କରାଯାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏହି ଘଟଣାର ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.