ମାନବିକତା ଦେଖାଇଲେ ଦରଦୀ ପ୍ରାଣ ଛତ୍ରପୁର ଥାନା ବାବୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅସୁସ୍ଥ ହୋଇ ରାସ୍ତା ପାଶ୍ୱର୍ରେ ମୁମୁର୍ଷୁ ଅବସ୍ଥାରେ ପଡିଥିବା ଜଣେ ବୃଦ୍ଧାଙ୍କୁ ଉଠାଇ ଆଣି ତାଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଛନ୍ତି, ବୃଦ୍ଧାଙ୍କ ଖାଇବା ପିଇବାଠାରୁ ଆରମ୍ଭ କରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଉପସ୍ଥିତ ମେଡିକାଲ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ତାଙ୍କର ଲାଳନ ପାଳନ ଆଦି ଯତ୍ନ ନେବା ପାଇଁ କେହି ନଥିବାରୁ ଗଞ୍ଜାମ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣାଙ୍କ ସହ ଆଲୋଚନା କରି ବୃଦ୍ଧା ଜଣଙ୍କୁ ପୁରୁଷୋତ୍ତମପୁର ନିକଟ ଭୂତସରସିଙ୍ଗଠାରେ ଥିବା ଅସହାୟ ବୃଦ୍ଧବୃଦ୍ଧାଙ୍କ ବାସ ଯାହାକି ପୁରୁଷୋତ୍ତମପୁର ସ୍ଥ ଜରାଶ୍ରମକୁ ପଠାଯାଇଛି । ଏଭଳି ମାନବିକତା ଦେଖାଇଛନ୍ତି, ଦରଦୀ ପ୍ରାଣ ଛତ୍ରପୁର ଥାନା ବାବୁ । ଜଣେ ଅସହାୟ ବୃଦ୍ଧାଙ୍କୁ ସହାୟତାର ହାତ ବଢାଇ ପୁଣି ମାନବିକତାର ପରିଚୟ ଦେଇ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଛତ୍ରପୁର ଅଞ୍ଚଳରେ ବେଶ ପ୍ରଶଂସିତ ହୋଇଛନ୍ତି । ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଗ୍ରାମପଞ୍ଚାୟତର ଟାକିରିଆ-ବ୍ରହ୍ମପୁର ଗ୍ରାମର ଜନୈକ ଅସହାୟ ବୃଦ୍ଧା ପ୍ରେମ ମୁଳି (୭୦) କୌଣସି କାରଣ ନେଇ ଅସୁସ୍ଥ ହୋଇ ରାସ୍ତା ପାଖରେ ପଡିଥିବା ବେଳେ ତାଙ୍କୁ ଛତ୍ରପୁର ଥାନା ବାବୁ ସେହି ରାସ୍ତାରେ ଅତିକ୍ରମ କଲା ବେଳେ ଦେଖିଥିଲେ । ତାଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଇଥିଲେ ଏବଂ ସହାୟତାର ହାତ ବଢାଇଥିଲେ । ସମସ୍ତ କାର୍ଯ୍ୟକ୍ରମରେ କଣମଣା ସରପଞ୍ଚ ଏସ୍‌. ଚକ୍ରପାଣି ରେଡ୍ଡି, ଛତ୍ରପୁର ରକ୍ତ ଦାତା ସେବକ ସଂଘର ମୁଖ୍ୟ ସଂଯୋଜକ ତଥା ଯୁବ-ସମାଜସେବୀ ଏମ୍‌. ମାଧବ (କାୟା), ସିଦ୍ଧାର୍ଥ ଅଗ୍ରୱାଲ, ଟୁଟୁ ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧିମାନେ ବି ଏହି କ୍ଷେତ୍ରରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.