om academy

ଛତ୍ରପୁର ଥାନା ଅଧିକାରୀଙ୍କ ଗେଦେଲ ନାଇଡୁପାଲେମ୍ ଅଞ୍ଚଳ ପରିଦର୍ଶନ

jsm

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦରମହକୁମାର ସନିକଟବର୍ତ୍ତୀ ଅଞ୍ଚଳର ଏକ ଛୋଟିଆ ଗାଁ । କିଆବୁଦା, କାଜୁଜଙ୍ଗଲ, ସ୍ୱଳ୍ପ ଝାଉଁ ବାଡ଼, ଫସଲ ଓ ପନିପରିବା ଲାଗିଥିବା ଏକ ସୁନ୍ଦର ଆଦର୍ଶ ଗ୍ରାମ ଅବସ୍ଥିତ, ଗେଦଲ ନାଇଡୁପାଲେମ୍ ଅବା ଲୋକମୁଖରେ ପରିଚିତ ଛତ୍ରପୁର ସହରର ପ୍ରାରମ୍ଭ ଗାଁ ଭାବେ ଏହାକୁ ପାଲିଆ ଛତ୍ରପୁର ବୋଲି କୁହାଯାଏ । ଏହି ଗ୍ରାମରେ ସମସ୍ତେ ପ୍ରାୟ ସ୍ୱଳ୍ପ/ମଧ୍ୟମ କୃଷିଜୀବୀ ତେଲୁଗୁ ସମ୍ପ୍ରଦାୟର ପାଲିଆ ଜାତିବର୍ଗର ଲୋକେ ଏଠାରେ ବସବାସ କରୁଥିବା ଏହି ଛତ୍ରପୁର ନିକଟବର୍ତ୍ତୀ ଗ୍ରାମକୁ ପାଲିଆ ଛତ୍ରପୁର ବୋଲି ଲୋକମୁଖରେ ଖ୍ୟାତ । ଏହାର ପୂର୍ବ-ନାମ ରାଜସ୍ୱ ରେକର୍ଡରେ ଗେଦଲ ନାଇଡୁପାଲେମ୍ ବୋଲି ଏବେ ବି ଏହି ଅଞ୍ଚଳ ଉଲିଖିତ ରହିଛି । ଏହି ଗ୍ରାମକୁ ପ୍ରଥମ କରି ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଗସ୍ତକରି ଏକ ଗ୍ରାମସଭା ଡକାଇଥିଲେ । ପବିତ୍ର ଶିଶୁଦିବସ ଅବସରରେ ଅପରାହ୍ନରେ ଆୟୋଜନ କରିଥିବା ଛତ୍ରପୁର ଥାନା ଆମ ପୋଲିସ ସମିତି ଆନୁକୂଲ୍ୟରେ ଜରୁରୀ ମନେକରି ଅନୁଷ୍ଠିତ ଏହି ବୈଠକରେ ଛୋଟ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଦରିପାଲ ଆସନରେ ବସିଥିଲେ । କନ୍ୟାରତ୍ନ ଉପରେ ଆଲୋକପାତ କରି କନ୍ୟାଭୃଣ ହତ୍ୟା ଓ ବାଲ୍ୟବିବାହ ରୋକିବା ଉପରେ ଲୋକଙ୍କୁ ସଚେତନତା କରିଥିଲେ । ଯୌତୁକ ନିରୋଧ, ବୟସ୍କ ବୃଦ୍ଧବୃଦ୍ଧାଙ୍କ ଯତ୍ନ, ସେବା ଏବଂ ସେମାନଙ୍କୁ ଗୁରୁଜନ ପରି ସମ୍ମାନ ଦେବା, ପରିବାର ଓ ସମାଜରେ ଶୃଙ୍ଖଳା ଗଠନ ଦିଗରେ ଗ୍ରାମ ଲୋକଙ୍କ ସହ ସିଧାସଳଖ କଥାବାର୍ତ୍ତା କରି ବିଭିନ୍ନ ଆଇନଶୃଙ୍ଖଳା ଜ୍ଞାନ ପ୍ରବତ୍ତାଇଥିଲେ । ଥାନା ବାବୁ କେତୋଟି ସାହି ଘରଘର ବୁଲି ମଧ୍ୟ ମହିଳାମାନଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ । ଏହାଦେଖି ଲୋକେ ଥାନା ବାବୁଙ୍କୁ ଭୁୟସୀ ପ୍ରସଂଶା କରିଥିଲେ ।

Leave A Reply

Your email address will not be published.