ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲେବଡା ଗ୍ରାମରୁ ଜଣେ ୩ ସନ୍ତାନର ମାଁ ଘରୁ ଫେରାର ହୋଇଯାଇଥିବା ନେଇ ଥାନାରେ ଏତଲା ହୋଇଛି । ଲେବଡା ଗ୍ରାମର ତୀର୍ଥ ପରାଭୋଇ (୪୦) ଥାନାରେ ଦେଇଥିବା ଏତଲା ମତେ ତାଙ୍କ ସ୍ତ୍ରୀ ଯମୁନା ପରାଭୋଇ (୩୫) ଆଜି ରବିବାର ସକାଳ ୯ଟା ୩୦ମି ସମୟରୁ ଘରୁ କେଉଁଆଡେ ଚାଲିଯାଇଥିଲେ । ତାଙ୍କୁ ସ୍ଵାମୀଙ୍କ ସହ ପରିବାର ଲୋକେ ନିଜ ସମ୍ପର୍କୀୟଙ୍କ ଘର ଓ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ଖୋଜଖବର ନ ପାଇବାରୁ ଆସି ଥାନାରେ ଲିଖିତ ଏତଲା ଦେଇଥିଲେ । ଫେରାର ମହିଳା ଯମୁନାଙ୍କ ୩ଟି ପୁଅଝିଅ ଅଛନ୍ତି । ପ୍ରେମ ସମ୍ପର୍କରୁ ସେ କେଉଁଆଡେ ଚାଲି ଯାଇଥିବା ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ହେଉଛି । ଫେରାର ମହିଳା ଯମୁନାଙ୍କ ସ୍ଵାମୀ ତୀର୍ଥଙ୍କ ଏତଲା ଆଧାରରେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।