
- ଏଥର ପାଳନ ହେବ ୨୫ତମ ଶୀତଳଷଷ୍ଠୀ ମହୋତ୍ସବ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଧାରଣୀପଡା ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ବାବାଙ୍କର ଶୀତଳ ଷଷ୍ଠୀ ମହୋତ୍ସବ ପାଇଁ ରାଧାରାଣୀପଡା ପୂଜା କମିଟି ଓ କଂସାରୀପଡା ପୂଜା କମିଟି ଥାଳଉଠା କାର୍ଯ୍ୟକ୍ରମ ରାଧାରାଣୀପଡା ସ୍ଥିତ ସନାତନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । କନ୍ୟା ପିତା ଭାବେ ରାଧାରାଣୀପଡାର ଲଲାଟେନ୍ଦୁ ଦାଶ ଏବଂ ତାଙ୍କ ଧର୍ମପତ୍ନୀ ଓ ବରପିତା ଭାବେ କଂସାରୀପଡା ପୂଜା କମିଟି ତରଫରୁ ଅମିତାବ ନାଗ ଏବଂ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବେ ଦାୟିତ୍ୱ ସମ୍ପନ୍ନ କରିବେ ବୋଲି କମିଟି ତରଫରୁ ନିଷ୍ପତ୍ତି ହୋଇଥିଲା । ରାଧାରାଣୀପଡା ପୂଜା କମିଟିର ସଭାପତି ମନୀଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏବଂ ଅସୀତ ମିଶ୍ରଙ୍କ ସଂଯୋଜନାରେ ଚଳିତ ବର୍ଷ ଶୀତଳଷଷ୍ଠୀ ମହୋତ୍ସବ ପାଇଁ ଏକ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିରେ ସଭାପତି ଭାବେ ପ୍ରଶାନ୍ତ ବାରିକ, ଉପ-ସଭାପତି ପ୍ରିୟବ୍ରତ ଯୋଷୀ, ସଂପାଦକ କମଲଜିତ ସାହୁ, ସହ-ସଂପାଦକ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, କୋଷାଧ୍ୟକ୍ଷ ଅମିତ କୁମାର ବରାଇ, ଉପଦେଷ୍ଟା କମିଟିରେ ପ୍ରଫୁଲ୍ଲ ମିଶ୍ର, ମୁକୁଳ ମିଶ୍ର, ସୁନିଲ ମିଶ୍ର, ବାବୁଲି ନନ୍ଦ, ତାପସ ରଂଜନ ମହାନ୍ତି, ରମଣ ମିଶ୍ର, କିଶାନ ନାଗ, ସତ୍ୟବ୍ରତ ଯୋଷୀ ପ୍ରମୁଖ ରହିଛନ୍ତି ।