ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ୩୧୧କୋଟିର ଜିଏସ୍ଟି ଠକେଇ ଅଭିଯୋଗ ଆସିଛି । ଏହି ଅଭିଯୋଗରେ ୫ ବ୍ୟବସାୟୀଙ୍କୁ ଗିରଫ କରିଛି ରାଜ୍ୟ ଜିଏସ୍ଟି ବିଭାଗ । ଜାଲ କାଗଜ ପତ୍ରରେ ଜିଏସ୍ଟି ଠକେଇ କରିଥିବା ନେଇ ହୋଇଛି ଅଭିଯୋଗ । ସୂଚନାନୁଯାଇ, ଗିରଫଙ୍କ ମଧ୍ୟରେ ରାଉରକେଲାର ୪ଜଣ ଏବଂ ଜଣେ ସୁନ୍ଦରଗଡ଼ର ଥିବା ଜଣାପଡ଼ିଛି । ଗତକାଲି ରାତିରେ ବାସନ୍ତୀ କଲୋନୀରେ ହୋଇଥିଲା ଏହି ଚଢାଉ । ତେବେ ଏହି ଚଢାଉରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ତଦନ୍ତ ଜାରି ରହିଛି ।
Prev Post
Next Post