ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଦେଲେ ଠକ ପ୍ରେମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଦେଲେ ଠକ ପ୍ରେମିକ । ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ମଶିଣା ଗାଁର ଜଣେ ଯୁବତୀ ଏଭଳି ଏକ ଅଭିଯୋଗ ନେଇ ଆଜି ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କର କହିବା ଅନୁସାରେ ଖପ୍ରାଖୋଲ ଥାନା ଅନ୍ତର୍ଗତ ପାଚେର ଗ୍ରାମର ଯୁବକ ଜଗତ ନାଗ ତାଙ୍କୁ ପ୍ରେମ ଜାଲରେ ଫସାଇ ଥିଲେ । ପ୍ରେମ ପୁଣି ଦେହଭୋଗ ଯାଏଁ ପହଂଚିଥିଲା । ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ପ୍ରତାରକ ପ୍ରେମିକ । ତାଙ୍କୁ ବାହାରକୁ ନେଇ ଅନେକ ସ୍ଥାନରେ ଶାରୀରିକ ସଂପର୍କ ରଖିଥିବା ବେଳେ ଏବେ କିନ୍ତୁ ତାଙ୍କୁ ଗ୍ରହଣ କରିବାକୁ ମନା କରୁଛନ୍ତି ଜଗତ । ଏନେଇ ଯୁବତୀ ଜଣକ ଲାଠୋର ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରି ନଥିବା ଯୋଗୁଁ ଯୁବତୀ ଜଣକ ଶେଷରେ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ବୋଲି କହିଛନ୍ତି । ଜଗତ ନାଗଙ୍କୁ ଗିରଫ କରି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୁବତୀ ଜଣକ ଦାବୀ କରିଛନ୍ତି ।

Leave A Reply

Your email address will not be published.