jayashree

ବ୍ରହ୍ମପୁରରେ ନକଲି ଘିଅ କାରଖାନା ଠାବ

• ଅପ-ମିଶ୍ରିତ ଏବଂ ସ୍ୱାସ୍ଥ୍ୟପ୍ରତି ହାନିକାରକ ଘିଅ ବିକ୍ରି ମାମଲାରେ ମାଲିକ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଏକ ସ୍ୱତନ୍ତ୍ର ବ୍ରାଣ୍ଡ ନାମରେ ପ୍ରଚାରିତ ଶ୍ରୀମା’ ଦୁର୍ଗା ଘିଅ କମ୍ପାନୀ ଜବତ କରାଯାଇଛି । ଉକ୍ତ ଘିଅ କମ୍ପାନୀର ଲାଇସେସନ୍ସର ଅବଧି ସାରିଯାଇଥିବା ବେଳେ ବିନା ରିନ୍ୟୁରେ ଲାଇସେନ୍ସ ନକରି କମ୍ପାନୀ ବେଆଇନ ଭାବେ ଚଳାଇ ଆସୁଛନ୍ତି । ଘିଅ କମ୍ପାନୀରେ ଅତ୍ୟାଧୁନିକ ଧରଣର ଯାନ୍ତ୍ରିକ ମେସିନ ଦ୍ୱାରା ବ୍ୟବହୃତ ଅଧିକା ମାତ୍ରାରେ ଅପମିଶ୍ରଣ କରାଯାଉଥିବା ସ୍ୱଷ୍ଟ ହୋଇଛି । ଏହା ସାଂଗକୁ ଏହା ସ୍ୱାସ୍ଥ୍ୟପ୍ରତି ହାନିକାରକ ଥିବା ନିର୍ଣ୍ଣୟ କରି ପୋଲିସ ଓ ଯାଞ୍ଚ କମିଟିର ତଥ୍ୟ ଆଧାରରେ ହାଉସିବୋର୍ଡ଼ କଲୋନୀର ଏସ୍/ଓ-ଇପାରୀ ଅଙ୍କୁଡୁ ପାତ୍ର, ଘର ନଂ- ୨୨୭ ବ୍ରହ୍ମପୁର ମହାନଗର ଗୋସାଣୀ ନୂଆଗାଁ ଥାନା ଅଞ୍ଚଳର ଇପାରୀ ରାଜେଶ୍ୱର ପାତ୍ର(୫୩)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ସୂଚନା ଥାଉକି, ଇପାରୀ ରାଜେଶ୍ୱର ପାତ୍ର ତାଙ୍କ ଭାଇ ଓ ଅନ୍ୟ କେତେ ଜଣ ସହଯୋଗୀଙ୍କ ସହ ମିଶି ପୋଡା ମୋବିଲ-ତେଲ ଭଳି ବିଭିନ୍ନ ବର୍ଜ୍ୟବସ୍ତୁ ବ୍ୟବହାର କରି ଶ୍ରୀ ମା’ ଦୁର୍ଗା ଘିଅ ପ୍ରସ୍ତୁତ କରୁଥିଲେ । ପୋଡା ତେଲ, ପୋଡା ମୋବିଲ, ନିମ୍ନମାନର ପାମ ଅଏଲ, ଲୋ-ଗାର୍ଡେ ପାଲ୍ମୋଲିନ ଅଏଲ ଆଦି ମିଶ୍ରଣ ହେଉଥିବା ଜଣାଯାଇଛି । ବିପଦପୂର୍ଣ୍ଣ କେମିକାଲ ଆଦି ଯୋଗ କରି ସେମାନେ ବ୍ରାଣ୍ଡ ନାମରେ ଘିଅ ପ୍ୟାକେଟ୍ ପ୍ୟାକ୍ କରିବା ପାଇଁ ଅତ୍ୟାଧୁନିକ ଅଟୋମେଟିକ୍ ପ୍ୟାକେଜିଂ ମେସିନ୍ ବ୍ୟବହାର କରୁଥିଲେ । ଘିଅ ପ୍ୟାକେଟ୍ ଟ୍ରେଡ୍ ଲାଇସେନ୍ସ ମାର୍କ, ଉତ୍ପାଦନ ତାରିଖ, ଏକ୍ସପାଏରୀ ତାରିଖ ଇତ୍ୟାଦି ନ ଦର୍ଶାଯାଉନଥିଲା । କମ୍ପାନୀର ମାଲିକ ରାଜ୍ୟର ଅନେକ ସ୍ଥାନରେ ଏବଂ ରାଜ୍ୟ ବାହାରେ ଗରୀବ, ନିରକ୍ଷର ଲୋକଙ୍କୁ ଟାର୍ଗେଟ କରି ସେହି ଘିଅ ବିକ୍ରି କରୁଥିଲେ ଯେଉଁମାନେ ଇଂରାଜୀ ପଢ଼ି ପାରୁନାହାନ୍ତି ଏବଂ ସେମାନେ ଅଖାଦ୍ୟ ଘିଅ ଖାଉଛନ୍ତି ଯାହା ଅତ୍ୟନ୍ତ ବିପଜ୍ଜନକ ଏବଂ ମାନବ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କୁହାଯାଉଛି । ଅଭିୟୁକ୍ତମାନେ ମୁଖ୍ୟତଃ ଆଭ୍ୟନ୍ତରୀଣ ଅଞ୍ଚଳକୁ ଗରୀବ ଲୋକଙ୍କୁ ଠକିବା ପାଇଁ ବ୍ୟାପକ ପରିମାଣରେ ଘିଅ ଡବା ଓ ଘିଅ ପେକେଟ ପଠାଉଥିଲେ । ଟ୍ରେଡ୍ ଲାଇସେନ୍ସର ମଧ୍ୟ ଅବଧି ଶେଷ ସାରିଯାଇଛି, ତେବେ ନବୀକରଣ ହୋଇପାରୁନାହିଁ । କମ୍ପାନୀର ଅନୁମତି ବ୍ରହ୍ମପୁର ମହାନଗର ନିଗମ ତଥା ପୌରପାଳିକା ଲାଇସେନ୍ସ ଅନୁୟାୟୀ ଖାଦ୍ୟ ତୈଳ ଓ ଘିଅ ବିକ୍ରି ପାଇଁ ରହିଛି ଯାହାର ଅବଧି ମଧ୍ୟ ଶେଷ ହୋଇସାରିଛି । କିନ୍ତୁ କମ୍ପାନୀ ଦୁଇ ବର୍ଷରୁ ଅଧିକ ସମୟ ହେଲା ଡୁପ୍ଲିକେଟ ଘିଅ ତିଆରି କରୁଛି । ପୂର୍ବରୁ ଅଭିଯୁକ୍ତ ଇ. ରାଜେଶ୍ୱର ପାତ୍ରଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ବୋଲି କୁହାଯାଉଛି ।

Leave A Reply

Your email address will not be published.