ଅଜଣା ଗାଡ଼ି ଧକ୍କାରେ ଟେମ୍ପୁ ଡ୍ରାଇଭର ମୃତ : ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତ ଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟିଟିଲାଗଡ଼ ରୋଡ଼ ବିଜାଖମନ୍‌ ପାଖରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଟେମ୍ପୁ ଡ୍ରାଇଭର୍‌ଙ୍କ ମୃତ୍ୟୁ ଘଟଥିବା ସୂଚନା ମିଳିଛି । ଗତ ବିଳମ୍ବିତ ରାତିରେ ରାଜରାସ୍ତା ଉପରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଭୀମଭୋଇ ମେଡ଼ିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ପହଂଚାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହା ଦୁର୍ଘଟଣା ନା ହତ୍ୟାକାଣ୍ଡ, ତାହାକୁ ନେଇ ଜୋର୍‌ସୋର୍‌ ଚର୍ଚ୍ଚା ହେଉଛି ଅଂଚଳରେ । ମୃତକ ଜଣକ ଧୁମାମରା ନିବାସୀ ସିଦ୍ଧାନ୍ତ ନନ୍ଦ(୨୧) ବୋଲି ଜଣାପଡ଼ିଛି । କୁହାଯାଉଛି ଯେ, ଟେମ୍ପୁର ଇନ୍ଧନ ସରିଯିବାରୁ ଡ୍ରାଇଭର୍‌ ଜଣକ ସାହାଯ୍ୟ ମାଗିବାକୁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ତାଙ୍କ ମୃତ୍ୟୁ ଘଟିଛି । ଖବର ପାଇ ବଲାଙ୍ଗିର ସଦର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.