om academy

କଅଁସର ଗ୍ରାମ ପଞ୍ଚାୟତରେ ବୟସ୍କ ବ୍ୟକ୍ତିଙ୍କୁ କରୋନା ଟୀକାକରଣ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କଅଁସର ଗ୍ରାମ ପଞ୍ଚାୟତରେ ଆଜି କରୋନା ଟୀକାଦାନ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଚଣ୍ଡ ଖରାରେ ଲୋକେ ସୁଦୂର ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥିତ ଟୀକାଦାନ କେନ୍ଦ୍ରକୁ ଯିବା ପାଇଁ ଅସମର୍ଥ ହେଉଥିବା ବେଳେ ସରପଞ୍ଚ ସନାତନ ଦୀପଙ୍କ ପ୍ରୟାସ କ୍ରମେ ଆରମ୍ଭ ହୋଇଥିବା ଟୀକାଦାନ କେନ୍ଦ୍ରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ୪୫ ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ ଟୀକା ଦିଆଯାଇଥିବା ବେଳେ ମୋଟ ୧୪୫ ଜଣ ଆଜି ଟୀକା ନେଇଥିବା ଜଣାଯାଇଛି । ଡା. ବିମ୍ବାଧରି ମିଶ୍ର, ସ୍ୱାସ୍ଥ୍ୟ କର୍ମୀ ଇତିସ୍ମିତା ସିଂ, ବୃନ୍ଦା ସୁନା ପ୍ରମୁଖ ଉପସ୍ଥିତ ରହି ଟୀକାଦାନ କରିଥିଲେ । ଗ୍ରାମର ସମିତି ସଭ୍ୟ କେଶବ ଚନ୍ଦ୍ର ନାଏକଙ୍କ ସମେତ ସ୍ୱେଚ୍ଛାସେବୀ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.