ଡେଲାଙ୍ଗରେ ୮୧ ଜଣ ସରକାରୀ କର୍ମଚାରୀ ନେଲେ କୋଭିଡ-୧୯ ଟୀକା

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୋଭିଡ ଟୀକାକରଣ ଅନୁଷ୍ଠିତ ହୋଇଥିଲା । ଏଥିରେ ଡେଲାଙ୍ଗ ବ୍ଲକ, ତହସିଲ, ଥାନା କର୍ମଚାରୀ ତଥା ଅଗ୍ନିଶମ ବାହିନୀ ଓ ମେଡିକାଲର ସମସ୍ତ କର୍ମଚାରୀଙ୍କୁ ମାଗଣା କୋଭିଡ ଭ୍ୟାକସିନ ଦିଆଯାଇଥିଲା । ଏହି ଅବସରରେ ସର୍ବମୋଟ ୮୧ ଜଣ ଷ୍ଟାଫ୍‌ କୋଭିଡ ଟୀକା ନେଇଥିଲେ । ଡେଲାଙ୍ଗ ବିଡିଓ କ୍ଷିରୋଦ୍ର ପ୍ରଧାନ, ତହସିଲଦାର ରାଜେନ୍ଦ୍ର କୁମାର ଅଚାରିଆ, ଆଇଆଇସି ରଶ୍ମିରଜଂନ ପଟ୍ଟନାୟକ, ମେଡିକାଲ ଅଧିକାରୀ ଡକ୍ଟର ସନ୍ତୋଷ ତ୍ରିପାଠୀ ପ୍ରମୁଖ କୋଭିଡ ଟୀକା ନେବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ଡେଲାଙ୍ଗ ମେଡିକାଲର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶା ଦିଦି ତଥା ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.