ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ମେ ୨୦୧୮ରୁ କାର୍ଯ୍ୟରତ ୩୨ ଜଣ କନିଷ୍ଠ ଶିକ୍ଷକ,ଶିକ୍ଷୟତ୍ରୀଙ୍କ ଚାକିରୀ ନିୟମିତ ହୋଇଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାରଙ୍କ ପତ୍ରସଂଖ୍ୟା ୨୫୨୬୬/ତା ୫/୧୦/୨୦୨୪ ଅନୁଯାୟୀ ଏବଂ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପଦ୍ମପୁର ପତ୍ରସଂଖ୍ୟା ୪୦୫୭ ତା ୯/୧୨/୨୦୨୪ ଅନୁସାରେ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ୩୨ଜଣ କନିଷ୍ଠ ଶିକ୍ଷକମାନଙ୍କୁ ତାଙ୍କର ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଶ୍ରୀ ଭୋଇ ଶିକ୍ଷକ,ଶିକ୍ଷୟତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଓ ଗୁଣାତ୍ମକ ଶିକ୍ଷା ପାଇଁ କାମ କରିବା ନିମନ୍ତେ ନିଜର ଅଭିଭାଷଣ ରଖିଥିଲେ, ଏହି ଅବସରରେ ଏବିଇଓ ଶିବପ୍ରସାଦ ଯୋଶୀ, ରାମସିଂ ଭୋଇ ଓ ବିଶିକେସନ ଶତପଥୀ ଏବଂ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କନିଷ୍ଠ ଶିକ୍ଷକ ଭାବରେ ନିଯୁକ୍ତି ପ୍ରାପ୍ତ ଶିକ୍ଷକମାନେ ୬ ବର୍ଷ ଧରି ଶୃଙ୍ଖଳିତ ସେବା କଲାପରେ ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଏକ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଉପଯୁକ୍ତ ବିବେଚିତ ହୋଇ ନିୟମିତ ହୋଇଥାନ୍ତି ।