oom

୨୦୨୫ ସୁଦ୍ଧା ଭାରତ ବର୍ଷରେ ସମ୍ପୂର୍ଣ୍ଣ ଟିବି ମୁକ୍ତ ସମାଜ ଗଠନ ଦିଗରେ ସ୍ୱାସ୍ଥ୍ୟ ବିଭାଗର ପ୍ରୟାସ

jsmm
  • ଛତ୍ରପୁର ମୁଖ୍ୟ ଚିକିତ୍ସାଳୟରେ ଟିବି ରୋଗୀଙ୍କୁ ପୃଷ୍ଟିକର ଖାଦ୍ୟ ଓ ଔଷଧ ବିତରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ ଟିବି-ମୁକ୍ତ ଭାରତ ଅଭିଯାନ ଏକ ନିଆରା ପ୍ରୟାସ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରହିଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ପାଇଁ ଏକ ନିଆରା ପ୍ରୟାସ ମାଧ୍ୟମରେ ଯକ୍ଷ୍ମାରୋଗର ପାଦୃଭାବ, ନିରାକରଣ ଓ ସତର୍କତ୍ତା ଅବଲମ୍ବନ ନେଇ ଏକ ସଚେତନତା ସଭା ଛତ୍ରପୁର ଉପଖଣ୍ଡ ହସ୍ପିଟାଲର କମ୍ୟୁନିଟିହଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଙ୍ଗନାୱାଡ଼ି ଦିଦି, ଆଶା ଦିଦି, ସମାଜସେବୀ, ଟିବି ରୋଗୀ ଏହି ଜନ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରିଥିଲେ । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଫାଉଣ୍ଡେସନ ଗୋପାଳପୁର ସୌଜନ୍ୟରେ ଶତାଧିକ ରୋଗୀମାନଙ୍କୁ ପୃଷ୍ଟିକର ଖାଦ୍ୟକିଟ୍ ବିତରଣ କରାଯାଇଥିଲା । ପରେ ରୋଗୀମାନଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯାଇ ଟିବି ରୋଗର ନିରାକରଣ ଓ ଆରୋଗ୍ୟ ନିମନ୍ତେ ଔଷଧ ପ୍ରଦାନ କରଯାଇଥିଲା । ଏଥିରେ ଟିବି ରୋଗୀ ବିଶେଷଜ୍ଞ ତଥା ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ଅବନୀ କୁମାର ପାତ୍ର, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡ଼ା ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡ଼ା. ସୁଦର୍ଶନ ସାହୁ ଜନ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବରିଷ୍ଠ ଯକ୍ଷ୍ମା ପରିଦର୍ଶକ ପ୍ରଭାତ କୁମାର ସାହୁ ଉପସ୍ଥିତ ଥିଲେ । ଟିବି-ଚମ୍ପିୟାନ ମୁନା ବେହେରା ବିଶିକେଶନ ଦାସ ଓ ଭୋଲ୍ୟୁଣ୍ଟର ଅମ୍ବିକା ପ୍ରସାଦ ଚୌଧୁରୀ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.